ସମର୍ଥ ଟ୍ରଷ୍ଟ ତରଫରୁ ଗଜପତି ପାଠାଗାରରେ ଶିଶୁ ଦିବସ ପାଳିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସମର୍ଥ ଟ୍ରଷ୍ଟ ପକ୍ଷରୁ କାଶୀନଗର ଗଜପତି ପାଠାଗାର ପରିସରରେ ଶିଶୁ ଦିବସ ପାଳିତ ହୋଇଯାଇଛି ପାଠାଗାର ସଭାପତି ରଘୁରାମ ସାହୁ ଏଥିରେ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ କବିରାଜ ରମାକାନ୍ତ ପାତ୍ର ଓ ମୁଖ୍ୟବକ୍ତା ଭାବେ ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀର ସଭାପତି କବି ପ୍ରଶାନ୍ତ ମିଶ୍ର ମଞ୍ଚାସୀନ ହୋଇଥିଲେ । ସମ୍ମାନିତ ଅତିଥି ରୂପେ ହୃଷୀକେଶ ଗୌଡ, ଆର୍‌. ନାରାୟଣ ରାଓ, ଏମ୍ ଶ୍ରୀନିବାସ ରାଓ ବକ୍ତବ୍ୟ ରଖିଥିଲେ । ସ୍ୱାଗତ ଭାଷଣ ଦେଇଥିଲେ ଶିକ୍ଷକ ପ୍ରଶାନ୍ତ କୁମାର ମିଶ୍ର । ପାଠାଗାର ପରିଚାଳକ ମନୋଜ କୁମାର ଚୌଧୁରୀ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ ଓ ତାଙ୍କ ପରିଚାଳନାରେ ସହାୟତା କରିଥିଲେ ଏମ. ସୁଜନ କୁମାର । ଏହି ଅବସରରେ ପୂର୍ବରୁ ଅନୁଷ୍ଠି ପ୍ରବନ୍ଧ ଲିଖନ, ଡିବେଟ୍ ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ କୃତୀତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ମଞ୍ଚାସୀନ ମୁଖ୍ୟବକ୍ତା, ଅତିଥିବୃନ୍ଦ ଓ ସଭାପତିଙ୍କ ଦ୍ୱାରା ପୁରସ୍କାର ଓ ପ୍ରମାଣପତ୍ର ଦିଆଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ