ସମସ୍ତଙ୍କୁ ଶସ୍ତା ଏବଂ ସହଜ ନ୍ୟାୟ ଦେବାପାଇଁ ପ୍ରତିବଦ୍ଧ – ସିଜେଆଇ
ପ୍ରୟାଗରାଜ, (ୱାଇଏନ୍ଏସ୍): ଏଲ୍ଲାହାବାଦ ହାଇକୋର୍ଟରେ ଆୟୋଜିତ କାର୍ଯ୍ୟକ୍ରମ ସମୟରେ ସୁପ୍ରିମକୋର୍ଟର ମୁଖ୍ୟ ନ୍ୟାୟାଧିଶ ଏନ୍ବି ରମନା ସଙ୍ଗମନଗରୀରେ ନିଜ ଆଗମନର ଗୌରବର ବିଷୟ ବୋଲି କହିଛନ୍ତି । ସେ କହିଛନ୍ତି ଯେ ମହାତ୍ମା ଗାନ୍ଧୀ ଏହି ମାଟିରୁ ବ୍ରିଟିଶ୍ ଶାସନର ବିରୁଦ୍ଧରେ ଶାନ୍ତିପୂର୍ଣ୍ଣ ଯୁଦ୍ଧର ଆରମ୍ଭ କରିଥିଲେ । ସେ କହିଛନ୍ତି ଯେ ଆମେ ସମସ୍ତଙ୍କ ପାଇଁ ଶସ୍ତା ଏବଂ ସହଜ ନ୍ୟାୟ ଦେବାକୁ ପ୍ରତିବଦ୍ଧ ଅଟନ୍ତି ।
ସିଜେଆଇ କହିଛନ୍ତି ଯେ ଆହ୍ଲାବାଦ ହାଇକୋର୍ଟର ଇତିହାସ ଦେଢ଼ଶହ ବର୍ଷ ପୁରୁଣା ଅଟେ । ଏଠିକା ନ୍ୟାୟାଧିଶ ଜଗମୋହନ ଲାଲ୍ ସିହ୍ନା ଇନ୍ଦିରା ଗାନ୍ଧୀଙ୍କ ନିର୍ବାଚନକୁ ରଦ୍ଧ କରିବାକୁ ଐତିହାସିକ ଫୈସଲା ଦେଇଥିଲେ । ଏହି ସମୟରେ ସେ ସଚ୍ଚିଦାନନ୍ଦ ସିହ୍ନା, ମୋତିଲାଲ୍ ନେହେରୁ, ମହାମନା ମଦନ ମୋହନ ମାଲବ୍ୟ ଏବଂ ଜଗମୋହନ ଲାଲ ସିହ୍ନାଙ୍କ ଉପରେ ବିଚାର ବ୍ୟକ୍ତ କରିଥିଲେ । ଉତର ପ୍ରଦେଶର ରାଜ୍ୟପାଳ ଆନନ୍ଦି ବେନ୍ ପଟେଲ ସଙ୍ଗମନଗରୀର ଐତିହାସିକ ପୌରାଣିକ ପୃଷ୍ଠଭୂମି କହିବା ସହ ଝଲବା ସ୍ଥିତ ରାଷ୍ଟ୍ରୀୟ ବିଧି ବିଶ୍ୱବିଦ୍ୟାଳୟକୁ ନେଇ ଆଶା ପ୍ରକାଶ କରିଛନ୍ତି ଏହି ବିଶ୍ୱବିଦ୍ୟାଳୟ ମିଲ୍ କା ପତ୍ଥର ସାବିତ ହେବ । ସେ ଏହି କାନୁନୀ ଶିକ୍ଷାର ଗୁଣବତା ପାଇଁ ଜରୁରୀ ବୋଲି କହିଛନ୍ତି ଯେ ଏଠାରୁ ଶିକ୍ଷିତ ଯୁବକ ନ୍ୟାୟ ଦେବାରେ ସକ୍ଷମ ହେବେ ।


