ସମସ୍ତ ଅଙ୍ଗନୱାଡି କେନ୍ଦ୍ରର ଶିଶୁମାନଙ୍କୁ ଘରେ ଘରେ ଖାଦ୍ୟ ବଂଟନ ନିର୍ଦେଶ

କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) – ଜିଲ୍ଲା ସମାଜ କଲ୍ୟାଣ ବିଭାଗ ପକ୍ଷରୁ ଜିଲ୍ଲାର ପ୍ରତ୍ୟେକ ବ୍ଲକ ଅନ୍ତର୍ଗତ ପଂଚାୟତ ଗୁଡିକରେ ଥିବା ସମସ୍ତ ଅଙ୍ଗନୱାଡି କେନ୍ଦ୍ର ଗୁଡିକର କର୍ମୀମାନେ ହିତାଧିକାରୀଙ୍କ ଘରେ ଘରେ ବୁଲି ଶୁଖିଲା ଖାଦ୍ୟ ପ୍ରଦାନ କରିବାକୁ ନିର୍ଦେଶ ଦିଆଯାଇଛି । ଓଡିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶାବଳୀ ଅନୁଯାଇ କରୋନାରୁ ସତର୍କତା ନିମନ୍ତେ ପ୍ରାକ ବିଦ୍ୟାଳୟ ଶିଶୁମାନଙ୍କୁ (୩ରୁ ୬ବର୍ଷ ପର୍ଯ୍ୟନ୍ତ) ଜଣ ପିଛା ୨୫ଦିନ ନିମନ୍ତେ ଶୁଖିଲା ଖାଦ୍ୟ ବଂଟନ କରାଯିବାକୁ ଏହି ନିର୍ଦେଶ ଦିଆଯାଇଛି । ସେହି ଅନୁଯାଇ ସକାଳ ଜଳଖିଆ ନିମନ୍ତେ ଗଜାମୁଗ ପାଇଁ ଦିନକୁ ୧୫ଗ୍ରାମକରି ୮ଦିନ ପାଇଁ ୧୨୦ଗ୍ରାମ ମୁଗ ଓ ଦିନକୁ ୫ଗ୍ରାମକରି ୮ଦିନକୁ ୪୦ଗ୍ରାମ ଗୁଡ, ଅଟା ଏବଂ ବେସନର ଲଡୁ ୮ଟି, ବାଦାମ ଓ ଚୁଡାର ଲଡୁ ୯ଟି ପ୍ରତ୍ୟେକ ଅଙ୍ଗନୱାଡି କେନ୍ଦ୍ର ଶିଶୁ ହିତାଧିକାରୀମାନଙ୍କୁ ପ୍ରଦାନ କରିବେ । ସେହିଭଳି ଗରମ ରନ୍ଧା ଖାଦ୍ୟ ନିମନ୍ତେ ପ୍ରତ୍ୟେକ ଶିଶୁ ହିତାଧିକାରୀଙ୍କ ପାଇଁ ଦୈନିକ ୮୦ଗ୍ରାମକରି ୨୫ ଦିନ ପାଇଁ ୨କିଲୋଗ୍ରାମ ଚାଉଳ, ଦୈନିକ ୩୦ଗ୍ରାମକରି ୧୨୦ଗ୍ରାମ ଡାଲି, ଦୈନିକ ୩ଗ୍ରାମକରି ୨୫ଦିନ ପାଇଁ ୭୫ଗ୍ରାମ ତେଲ, ଦୈନିକ ୫୦ଗ୍ରାମକରି ୨୫ଦିନ ପାଇଁ ୧କିଲୋ ୨୫୦ଗ୍ରାମ ଆଳୁ ଓ ପରିବା, ଲେମ୍ବୁ ୫ଟି ଓ ସପ୍ତାହକୁ ୫ଟି କରି ୨୫ଦିନ ପାଇଁ ୨୧ଟି ଅଣ୍ଡା ପ୍ରଦାନ କରିବାକୁ ସମସ୍ତ ଅଙ୍ଗନୱାଡି କର୍ମୀଙ୍କୁ ନିର୍ଦେଶ ଦିଆଯାଇଥିବା ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଣୀ ଚିନ୍ମୟୀ ରଥ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ