ସମସ୍ୟାର ସମାଧାନ ଦାବି ନେଇ ଚାରିଛକ ରୁ ପୁରୀ ପଦଯାତ୍ରା

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଚାରିଛକ ଅଞ୍ଚଳର ବିଭିନ୍ନ ସମସ୍ୟା ନେଇ ସମାଜସେବୀ ଟୁଲୁ ମଲ୍ଲିକ ଚାରିଛକ ସ୍ଥିତ ଗୋପବନ୍ଧୁ ଙ୍କ ପ୍ରତିମୂର୍ତ୍ତି ଠାରୁ ବାହାରି ପୁରୀ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟକୁ ପଦଯାତ୍ରା କରିଛନ୍ତି ।ଚାରିଛକ ଗୋଷ୍ଟି ସ୍ବାସ୍ଥ୍ୟକେନ୍ଦ୍ର ରେ ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର ପଦବୀ ସମେତ ଶିଶୁ ରୋଗ ବିଭାଗ ଡାକ୍ତର ପଦବୀ ଖାଲି ପଡ଼ିଛି ।କିଛି ଦଲାଲ ଡାକ୍ତର ଙ୍କୁ ଜଗିରହି ନିମ୍ନ ମାନର ଔଷଧ ଲେଖିବାକୁ ବାଧ୍ୟ କରୁଛନ୍ତି ।ଚାରିଛକ ବଜାର ରେ ଟ୍ରାଫିକ ସମସ୍ୟା ଗୁରୁତର ହୋଇପଡିଛି ।୬୦ ନମ୍ବର ରାଜ୍ୟ ରାଜପଥ କୁ କିଛି ବ୍ୟବସାୟୀ ଜବରଦଖଲ କରି ଦୋକାନ କରିଥିବାରୁ ଯାତାୟାତ କ୍ଷେତ୍ରରେ ନାନାଦି ସମସ୍ୟା ସୃଷ୍ଟି ହେଉଛି ।ଚାରିଛକ ଠାରେ ଥିବା ନିଗମାନନ୍ଦ ମହିଳା ମହାବିଦ୍ୟାଳୟ ନାମରେ ଗୋଟିଏ କୋଚିଂ ସେଣ୍ଟର ଖୋଲା ଯାଇଛି ।ଯିଏ ସେଠାରେ କୋଚିଂ ନେବ ତାର ଆଉ କଲେଜ ଯିବା ଦରକାର ନାହିଁ । କାରଣ କଲେଜ ର ଅଧ୍ୟାପକ କେତେଜଣ ଉକ୍ତ କୋଚିଂ ସେଣ୍ଟର୍ ରେ ଟ୍ୟୁସନ କରୁଛନ୍ତି । ସେମାନେ କଲେଜ ଉପସ୍ଥାନ ଖାତାରେ ପ୍ରେଜେଣ୍ଟ ପକାଇଦେବା ସହ ଅଧିକ ମାର୍କ ଦେବାର ପ୍ରଲୋଭନ ଦେଖାଇ କୋଚିଂ ସେଣ୍ଟର୍ ଖୋଲିଛନ୍ତି । ଏହି ସବୁ ସମସ୍ୟା ର ସମାଧାନ ଲାଗି ସମାଜସେବୀ ଟୁଲୁ ମଲ୍ଲିକ ଚାରିଛକ ଠାରୁ ପୁରୀ ପଦଯାତ୍ରା କରିଛନ୍ତି ।ଏହି ପଦଯାତ୍ରା କୁ ସମାଜସେବୀ ଡଃ କେଦାର ନାଥ ସାହୁ, ସୁରଜ ମହାପାତ୍ର,ସତ୍ୟଭାମା ବେହେରା , ବ୍ରହ୍ମାନନ୍ଦ ଭୋଇ ,ଚାନ୍ଦୁ ବାରିକ ପ୍ରମୁଖ ସ୍ବାଗତ କରିବା ସହିତ ଏହା ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି ମତ ପ୍ରକାଶ କରିଥିଲେ ।ଏହି ମୌଳିକ ସମସ୍ୟା ଗୁଡ଼ିକ ଉପରେ ପଦକ୍ଷେପ ନିଆନଗଲେ ରାଜରାସ୍ତାକୁ ଅବରୋଧ କରାଯିବ ବୋଲି ସମାଜ ସେବୀ କେଦାର ନାଥ ସାହୁ ଜିଲ୍ଲା ପ୍ରଶାସନ କୁ ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ