ନିମାପଡା ପ୍ରିମିୟର ଲିଗ୍ ଫୁଟବଲ ରୁଦ୍ରାମ୍ବିକା କ୍ଲବ ୩- ୦ ରେ ବିଜୟୀ

ନିମାପଡ଼ା, (ସନ୍ତୋଷ ଦାଶ):ସ୍ଥାନୀୟ ବାରବାଟି ପଡ଼ିଆରେ ନିମାପଡ଼ା ଆଥଲେଟିକ୍ ଆସୋସିଏସନ୍ ପକ୍ଷରୁ ଆୟୋଜିତ ୨୦ତମ ନିମାପଡ଼ା ପ୍ରିମିୟର ଲିଗ୍ ଫୁଟବଲ ଟୁର୍ଣ୍ଣାମେଣ୍ଟର ଚତୁର୍ଦଶ ଦିବସରେ ପରଷ୍ପରକୁ ଭେଟି ଥିଲେ ଧଳେଶ୍ଵର ର ରୁଦ୍ରାମ୍ବିକା ଫୁଟବଲ କ୍ଲବ ଓ ନିମାପଡ଼ା ହାଇସ୍କୁଲ।ରୁଦ୍ରାମ୍ବିକା ଫୁଟବଲ କ୍ଲବ ୩-୦ ଗୋଲରେ ନିମାପଡ଼ା ହାଇସ୍କୁଲକୁ ପରାସ୍ତ କରିଥିଲା।କ୍ରୀଡା ଶିକ୍ଷକ ରଣଜିତ୍ କେଶରୀ ନାୟକ ଓ ବିଶ୍ୱଜିତ ମଲ୍ଲିକ ଅତିଥି ଭାବେ ଯୋଗଦେଇଥିଲେ।ଆଜି ଖେଳକୁ ସମର ବରାଳ,ବିରେନ୍ ବରାଳ,ପ୍ରଶାନ୍ତ ବେହେରା ଓ ଦୋଳଗୋବିନ୍ଦ ସେଠୀ ପରିଚାଳନା କରିଥିଲେ।ପ୍ରକାଶ ବରାଳ,ସତ୍ୟଜିତ ଆଚାର୍ଯ୍ୟ ଓ ଜିତେଶ କାନୁନଗୋ ପ୍ରମୁଖ ସହାୟତା କରିଥିଲେ। ଆସନ୍ତା କାଲି ନୟାହାଟର ୟୁନାଇଟେଡ଼ ଫୁଟବଲ କ୍ଲବ ଓ ନିମାପଡ଼ା ଆଥଲେଟିକ ଆସୋସିଏସନ୍ ମଧ୍ୟରେ ଖେଳ ହେବ ବୋଲି ସମ୍ପାଦକ ‌ଜିବନାନନ୍ଦ ମହାପାତ୍ର ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ