ସମାଜର ସର୍ବବିଧ ବିକାଶରେ ଆଦର୍ଶ ଶିକ୍ଷକଙ୍କ ଭୁମିକା ଅବିସ୍ମରଣୀୟ
ହାଟଡ଼ିହି, (ବିକାଶ ବିଶ୍ୱାଳ):କେବଳ ବେତନ ବିନିମୟରେ ଶିକ୍ଷକ ଶିକ୍ଷାଦାନ କରେନାହିଁ । ଶିକ୍ଷାଦାନ ପ୍ରତି ଥିବା ତାଙ୍କର ଅଙ୍ଗୀକାରବଦ୍ଧତା, ଅଗଣିତ ପ୍ରଶାସକ, ଶିକ୍ଷକ, ସମାଜସେବୀ ଓ ଶିଳ୍ପପତିଙ୍କୁ ଗଢ଼ି ତୋଳିଥାଏ । ସମାଜର ସର୍ବବିଧ ବିକାଶରେ ଜଣେ ସଫଳ ଶିକ୍ଷକଙ୍କ ଭୁମିକା ଅବିସ୍ମରଣୀୟ ବୋଲି ଶଙ୍ଖୋ ଠାରେ ଅନୁଷ୍ଠିତ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସ୍ୱର୍ଗତ ମୁରଲୀଧର ବାରିକଙ୍କ ସ୍ମୃତିସଭାରେ ଯୋଗଦେଇ ଅତିତôମାନେ ମତବ୍ୟକ୍ତ କରିଛନ୍ତି । ବରିଷ୍ଠ ଲେଖିକା ବିଦୁ୍ୟତପ୍ରଭା ଦେଓଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସ୍ମୃତି ସଭାରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ସାହିତ୍ୟ ଏକାହେମୀ ପୁରସ୍କୃତ ସାହିତି୍ୟକ ଡ.ରାମଚନ୍ଦ୍ର ନାୟକ, ମୁକ୍ୟ ବକ୍ତା ଭାବେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ବୈଲୋଚନ ସାହୁ, ସ୍ୱତନ୍ତ୍ର ଅତିଥି ଭାବେ ବରିଷ୍ଠ ଲେଖକ ତଥା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କିର୍ତ୍ତନ ବିହାରୀ ସାହୁ, ସମ୍ମାନୀତ ଅତିଥି ଭାବେ କବି, କଳାକାର ଓ ଶିକ୍ଷକ ଶ୍ରୀକାନ୍ତ ପଟ୍ଟନାୟକପ୍ରମୁଖ ଯୋଗଦେଇ ସ୍ୱର୍ଗତ ବାରିକଙ୍କ ସଦଗୁଣାବଳୀ ସମ୍ପର୍କରେ ଆଲୋକପାତ କରିଥିଲେ । ସ୍ୱର୍ଗତ ବାରିକଙ୍କ ପ୍ରାକ୍ତନ ଛାତ୍ର ତଥା ଶିଶୁ ସାହିତି୍ୟକ ରତ୍ନାକର ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ଉକ୍ରଳମଣୀ ଶିଶୁ ସାହିତ୍ୟ ସମିତିର ସମ୍ପାଦକ ନାରାୟଣ ସାହୁ, ଶିକ୍ଷକ କ୍ଷେତ୍ରବାସୀ ମିଶ୍ର, ଭକ୍ତ ଚରଣ ଜେନା, ଶିକ୍ଷୟତ୍ରୀ କମଳିନୀ ବାରିକ, ଯୁବ ଆଇନିଜିବୀ ଚତୁର୍ଭୁଜ ଜେନା, କଣ୍ଠଶିଳ୍ପୀ ବନମାଳୀ ଜେନା, ପ୍ରାକ୍ତନ ଛାତ୍ର ବାସୁଦେବ ଦାସ, ଇଶ୍ୱରାନୁରାଗୀ ବାମନ ଚରଣ ବେହେରା, ବାମଦେବ ନାୟକ, ପ୍ରାକ୍ତନ ସରପଞ୍ଚ ରାମଚନ୍ଦ୍ର ଦାସ, ସୁବ୍ରତ ମହାପାତ୍ର, ବରିଷ୍ଠ ନାଗରିକ ଗୌରାଙ୍ଗ ସାହୁ,ବାମଦେବ ସେଠୀ, ଶିକ୍ଷୟତ୍ରୀ କନକ ମଞ୍ଜରୀ ସାହୁ, ପ୍ରମୁଖ ଯୋଗଦେଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହିତ ସ୍ୱର୍ଗତ ବାରିକଙ୍କ ସ୍ମୃତି ଚାରଣ କରିଥିଲେ । ଶିକ୍ଷକ ମଦନ ମୋହନ ବାରିକ, ଗୀତାଞ୍ଜଳୀ ବାରିକ, ଗଜେନ୍ଦ୍ର ମହାପାତ୍ର, ଅରୁଣ କୁମାର ସାହୁ, ଡାକ୍ତର ରୋଜାଲିନି ସାହୁ, ନାରୁ ବାରିକ, ଆତୁଳ ବେହେରା, ପୀତ ବେହେରା, ବିନ ସାମଲ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପଣ୍ଡିତ ଅରବିନ୍ଦ ପଣ୍ଡା ବେଦମନ୍ତ୍ର ପାଠ କରିଥିବାବେଳେ ପୁତ୍ର ମଦନ ମୋହନ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।