ସମାଜସେବୀକା ବାସନ୍ତୀଲତା ସାହୁଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳିତ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ପାଶ୍ୱର୍ବର୍ତ୍ତୀ ମୌଦା ଗ୍ରାମରେ ସମାଜସେବୀକା ବାସନ୍ତୀଲତା ସାହୁଙ୍କ ୨ୟ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଯାଇଛି । ଶିକ୍ଷାବିତ ଜଗନ୍ନାଥ ପାତ୍ରଙ୍କ ମଞ୍ଚ ସଂଯୋଜନାରେ ଅନୁଷ୍ଠିତ ସ୍ମୃତିଚାରଣ ସଭାରେ ସାହିତ୍ୟିକ ନାରାୟଣ ଚନ୍ଦ୍ର ଲେଙ୍କା, କବି ଚର୍ତୁଭୁଜ ପହି, ପୂର୍ବତନ ସରପଞ୍ଚ ପ୍ରାଣବନ୍ଧୁ ନାୟକ, କବି ଶଙ୍ଖାଳି ଚରଣ ରାଉଳ, ସମ୍ବାଦିକ ହେମନ୍ତ ସିଂହ, ଶିକ୍ଷାବିତ୍ ଅଶ୍ୱିନୀ କୁମାର ସାହୁ, ଇଶ୍ୱର ଚନ୍ଦ୍ର ସାହୁ ଯୋଗ ଦେଇ ସ୍ୱର୍ଗତ ବାସନ୍ତୀଲତାଙ୍କ ସ୍ମୃତିଚାରଣ କରିଥିଲେ । ଏହି ଅବସରରେ ଦୁସ୍ଥ ବ୍ୟକ୍ତି ମାନଙ୍କୁ ଶୀତ ବସ୍ତ୍ର ବଣ୍ଟନ କରାଯାଇଥିଲା । ଏଥିସହିତ ସାମ୍ବାଦିକା ଗାୟତ୍ରୀ ଦାସ ଓ ରାଜଲକ୍ଷ୍ମୀ ଦାଶଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରାରମ୍ଭରେ ଇଂ.ଅରୁଣ କୁମାର ଜେନା ଅତିଥି ମାନଙ୍କୁ ମଞ୍ଚକୁ ଆହ୍ୱାନ କରିଥିବା ବେଳେ ସ୍ତମ୍ଭକାର ସୁବୋଧ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଦେବେନ୍ଦ୍ର ଦାସ, ଅବିନାଶ ସାହୁ , ଅମରେଶ ସାହୁ, ମନୋରଞ୍ଜନ ନାୟକ, ହୃଷିକେଶ ସାହୁ, ଶୁଭକାନ୍ତ ନାୟକ, ଇତିଶ୍ରୀ ସାହୁ, ଇନ୍ଦୁମତୀ ସାହୁ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ