ସମାଜସେବୀଙ୍କୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ସମାଜସେବୀ ଲିଙ୍ଗରାଜ ସାହୁଙ୍କୁ ସମ୍ମାନ ସୂଚକ ଡକ୍ଟରେଟ୍ ଉପାଧି ପାଇବା ପରେ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏଥି ପାଇଁ ସାହୁ ସେମାନଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏହି ଅବସରରେ ରାଷ୍ଟ୍ରପତି ପ୍ରାର୍ଥି ଦ୍ରୈାପଦୀ ମୁର୍ମୁ, ଆନ୍ଧ୍ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ସାକ୍ଷାତ କରି ଶୁଭାଶିଷ ନେଇଥିଲେ । ସାହୁ ବେଙ୍ଗାଲୁରୁ ଫେରିବା ବେଳେ ବେଙ୍ଗାଲୁରୁ ରେଲୱେ ଷ୍ଟେସନ୍ଠାରେ ବରିଷ୍ଠ ସାମ୍ବାଦିକ ତଥା ସର୍ବଭାରତୀୟ ପେଶାଦାର ସାମ୍ବାଦିକ ସଂଘର ସଂଗଠକ ମଞ୍ଜୁନାଥ ଶର୍ମା ସମ୍ବର୍ଦ୍ଧନା କରିଥିଲେ । ସେହିପରି ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ବିଧାୟକ ସୁରେଶ କୁମାର ରାଉତରାୟ, କେଦାରନାଥ ଗବେଷଣା ପ୍ରତିଷ୍ଠାନର ସଭାପତି ଅବସରପ୍ରାପ୍ତ ପ୍ରଶାସକ ରଘନାଥ ମିଶ୍ର ଓ ସମସ୍ତ କର୍ମକର୍ତା, ପୁଲିସ କମିସନର ସୌମେନ୍ଦ୍ର ପ୍ରୀୟଦର୍ଶି, ସାହିତ୍ୟିକ ସାତକଡ଼ି ହୋତା, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ବିମଳେନ୍ଦୁ ମହାନ୍ତି, ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ, ପୂର୍ବତନ ପ୍ରଶାସକ ଅଲେଖ ଚରଣ ସାହୁ, ପୂଜ୍ୟପୂଜା ସାଂସ୍କୃତିକ ପରିଷଦର ସଭାପତି ତଥା ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥି ଓ କର୍ମକର୍ତା, ବିଧାୟକ ଅନନ୍ତ ନାରାୟଣ ଜେନା, ରାଜ୍ୟ ଆଇନଜୀବୀ ପରିଷଦର ସଭ୍ୟ ସିତାଂଶୁ ମୋହନ ଦ୍ୱିବେଦୀ ଓ ଆତ୍ମ ପ୍ରକାଶ ମହାନ୍ତି ଓ ସମାଜସେବୀ ଡ. ବିପିନ ମିଶ୍ର ପ୍ରମୁଖ ସମ୍ବର୍ଦ୍ଧିତ କରିଥିଲେ ।