ସମାଜସେବୀଙ୍କ ପକ୍ଷରୁ କରୋନା ସଚେତନତା ଓ ମାଗଣା ମାସ୍କ ଓ ଶୁଖିଲା ଖାଦ୍ୟ ବଂଟନ

କେନ୍ଦ୍ରାପଡା : ପୁରୁଷୋତ୍ତମପୁର ପଂଚାୟତର କହ୍ନେଇପୁର ଗ୍ରାମର ସମାଜସେବୀ ସନ୍ତୋଷ କୁମାର ବେହେରା ଆଜି ଚାନ୍ଦୋଳ ବଜାରରେ କରୋନା ଭୂତାଣୁ ସଂକ୍ରମଣ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନତାର ବାର୍ତ୍ତା ପ୍ରଦାନ କରିବା ସହ ମାଗଣା ମାସ୍କ ବଂଟନ କରିଛନ୍ତି । ଏହି ଉପଲକ୍ଷେ ଆରକ୍ଷୀ ଅଧିକ୍ଷକ ନୀତି ଶେଖର ଚାନ୍ଦୋଳ ଠାରେ ଉପସ୍ଥିତ ରହି ଜନସାଧାରଣଙ୍କୁ ବେହେରାଙ୍କ ପ୍ରଦତ ମାଗଣା ମାସ୍କ ବଂଟନ କରିଥିଲେ । ସେହିପରି ଏହି ଜିଲ୍ଲାକୁ କାମକରିବାକୁ ପୂର୍ବରୁ ଆସିଥିବା ଘରକୁ ଚାଲିଚାଲି ଫେରୁଥିବା ବେଳେ ପଲେଇ ସ୍କୁଲରେ ଆଶ୍ରୟ ନେଇଥିବା ଜିଲ୍ଲା ବାହର କେତେକ ଶ୍ରମିକ ଶ୍ରେଣୀର ଲୋକଙ୍କୁ ଚୁଡା, ଗୁଡ, ବିସ୍କୁଟ ପ୍ରଭୃତି ଶୁଖିଲା ଖାଦ୍ୟ ବଂଟନ କରି ସମାଜ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି । କାର୍ଯ୍ୟକ୍ରମରେ ଦୁର୍ଗାପ୍ରସାଦ ବେହେରା ଓ ଆଇନଜୀବି ବିଧୁଭୂଷଣ ମହାପାତ୍ର ଉପସ୍ଥିତ ରହି ଶ୍ରୀ ବେହେରାଙ୍କୁ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ