ସମାଜସେବୀ ଆଦିତ୍ୟଙ୍କୁ ଡ଼ ମହତାବ ସମ୍ମାନ

ଭୁବନେଶ୍ୱର, (ଦେବଦତ୍ତ ମହାରଣା):ରାଜ୍ୟସ୍ତରୀୟ ୧୨୩ତମ ଡ଼ ହରେକୃଷ୍ଣ ମହତାବ ଜୟନ୍ତୀରେ ସମାଜସେବୀ ଆଦିତ୍ୟ ମହାପାତ୍ରଙ୍କୁ ଡ଼ ମହତାବ ସମ୍ମାନ ପ୍ରଦାନ କରାଯାଇଛି । ଜୟନ୍ତୀ କମିଟିର ସାଧାରଣ ସମ୍ପାଦକ ତଥା ବିଧାୟକ ସୁରେଶ କୁମାର ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ପିଏମ୍‌ଜି ଛକଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଆନ୍ଧ୍ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ, ସମ୍ମାନୀୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଢ଼େଇ ଦିଲ୍ଲିପ ଶ୍ରୀଚନ୍ଦନ, କଂଗ୍ରେସ ନେତା ଶିବାନନ୍ଦ ରାୟ, କ୍ୟାପଟେନ୍ ମନ୍ମଥ ରାଉତ୍‌ରାୟ, ପର୍ବତାରୋହୀ ସିଦ୍ଧାର୍ଥ ରାଉତରାୟ, ଏଆଇସିସି ସଭ୍ୟ ପ୍ରକାଶ ଜେନା ପ୍ରମୁଖ ଯୋଗଦେଇ ଏହି ସମ୍ମାନ ପ୍ରଦାନ କରିଥିଲେ । ରବିନ୍ଦ୍ର ଏଣ୍ଡ୍ କୋ’ ର ପ୍ରୋପାଇଟର ଆଦିତ୍ୟ କୁମାର ମହାପାତ୍ର ହେଉଛନ୍ତି ପୂର୍ବତନ ନଗରପାଳ ଗୁଣନିଧି ମହାପାତ୍ରଙ୍କ ନାତୀ ତଥା ସମାଜସେବୀ ରବିନ୍ଦ୍ର ମହାପାତ୍ରଙ୍କ ପୁଅ । କରୋନା ବେଳେ ଲୋକଙ୍କୁ ଖାଦ୍ୟ ବଂଟନ କରିବା, କମ୍ବଳ ବଂଟନ କରିବା, ରକ୍ତଦାନ ଶିବିର କରିବା ସହ ‘ସାହାଯ୍ୟ ଗୃପ୍‌’ ଅନୁଷ୍ଠାନର ଉପସଭାପତି ଭାବେ ଓ ନାରାୟଣ ସେବା ସଂସ୍ଥାର ରାଜ୍ୟର ସହ ସଂଯୋଜକ ଭାବେ କାର୍ଯ୍ୟ କରି ସୁନାମ ଅର୍ଜନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ