ସମାଜସେବୀ କୃତିବାସ ପାଣିଗ୍ରାହୀଙ୍କ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ସ୍ମୃତିସଭା-ସ୍ମରଣିକା ଉନ୍ମୋଚନ

ବାଲେଶ୍ୱର, (ସରୋଜ ପଣ୍ଡା):ବିଶିଷ୍ଟ ସମାଜସେବୀ ତଥା ଆଇନଜୀବୀ ଦିବଂଗତ କୃତିବାସ ପାଣିଗ୍ରାହୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ଉପଲକ୍ଷେ ଫ୍ୟୁଚର ବାଲେଶ୍ୱର ପକ୍ଷରୁ ଏକ ସ୍ମୁତିସଭା ଆୟୁଷ୍ମାନ କଲ୍ୟାଣମଣ୍ଡପରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଫ୍ୟୁଚର ବାଲେଶ୍ୱର ସଂଗଠନର ସଭାପତି ତଥା ସ୍ୱର୍ଗତ ପାଣିଗ୍ରାହୀଙ୍କ ସୁପୁତ୍ର ଆଇନଜୀବୀ ବିଜୟ କୁମାର ପାଣିଗ୍ରାହୀ ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ । ଶତାୟୁ ପୁରୁଷ ବାଞ୍ଛାନିଧି ପତି, ସମାଜସେବୀ ସୁବାସିନୀ ଜେନା, ପୌରାଧ୍ୟକ୍ଷା ସବିତା ସାହୁ, ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ, ସୁଦର୍ଶନ ଜେନା, ଅକ୍ଷୟ ଆଚାର୍ଯ୍ୟ, ପ୍ରଦୀପ୍ତ ପଣ୍ଡା ଓ ଚିତ୍ତରଂଜନ ଷଡ଼ଙ୍ଗୀ, ବିଶିଷ୍ଟ ଶିକ୍ଷାବିତ ପ୍ରହ୍ଲାଦ ଚରଣ ମହାନ୍ତି, ପୂର୍ବତନ ପୌରାଧ୍ୟକ୍ଷ ଆଲୋକ ସାହୁ, ପୂର୍ବତନ ଜିଲା ପରିଷଦ ସଭାପତି ଗିରୀଶ ଚନ୍ଦ୍ର ଦାଶ, କବି କାଳୀପଦ ପଣ୍ଡା, ଡ. ଭାଗବତ ଦାସ, ଡ.ରାଧାରଂଜନ ପଟ୍ଟନାୟକ, ଡ. ଶ୍ୟାମସୁନ୍ଦର ପଣ୍ଡା, ଆଇନଜୀବୀ ପୁରୁଷୋତ୍ତମ ବିଶ୍ୱାଳ, ଅଧ୍ୟାପକ ପ୍ରଶାନ୍ତ ବରାଳ ପ୍ରମୁଖ ଏହି ସ୍ମୃତିଭାରେ ଯୋଗଦେଇ ସ୍ୱର୍ଗତ ପାଣିଗ୍ରାହୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ ସହ ତାଙ୍କ ଜୀବନାଦର୍ଶ ଓ ବହୁବିଧ ପ୍ରତିଭା ସମ୍ପର୍କରେ ସ୍ମୃତିଚାରଣ କରିଥିଲେ । ସେ କେବଳ ଆଇନଜୀବୀ ନଥିଲେ ବରଂ ଜଣେ ଶିକ୍ଷାବିତ, ସାହିତ୍ୟିକ, ଅନୁଷ୍ଠାନ ପ୍ରେମୀ, ରାଜନେତା ତଥା ସମାଜସେବୀ ଭାବେ ଛାଡ଼ି ଯାଇଥିବା ଛାପ ଉତ୍ତର ପିଢ଼ି ପାଇଁ ପ୍ରେରଣା ହୋଇ ରହିବ ବୋଲି ବକ୍ତମାନେ କହିଥିଲେ । ଏହି ଅବସରରେ ସ୍ୱର୍ଗତ ପାଣିଗ୍ରାହୀଙ୍କ ଜୀବନୀ ଆଧାରରେ ସମ୍ପାଦିତ ସ୍ମରଣିକା ‘ଶତାବ୍ଦୀ ପୁରୁଷ କୃତିବାସ’କୁ ଅତିଥିମାନେ ଉନ୍ମୋଚନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡ.ସୁବାସ ଚନ୍ଦ୍ର ପାତ୍ର, ଶତ୍ରୁଘ୍ନ ମଲିକ, ମାନସ ଦତ, ସତ୍ୟଜିତ ମିଶ୍ର, ଶ୍ରଦ୍ଧାଞ୍ଜଳି ରାୟ, ଯଶୋଧାରା ଦାସ, ଟ୍ରାଫିକ ଥାନାଧିକାରୀ ପ୍ରଜ୍ଞା ମହାନ୍ତି, ଗୌରାଙ୍ଗ ପାଣିଗ୍ରାହୀ, ଯଶୋଦାନନ୍ଦନ ଆଶ, ମୀନା ମହାନ୍ତି, ମିନତୀ ସେଠୀ, ରବିନାରାୟଣ ମହାପାତ୍ର, ଗୌରାଙ୍ଗ ଦାସ, ଡ. ଶାନ୍ତନୁ ଦାସ, ବିକ୍ରମ ପଣ୍ଡା, ଅର୍ଚ୍ଚନା ନନ୍ଦୀ, ପ୍ରଜ୍ଞାପାରମିତା ବିଶ୍ୱାଳ, ସୁଶାନ୍ତ ପଟ୍ଟନାୟକ, ଚିତରଂଜନ ପଣ୍ଡା, ସୀତାକାନ୍ତ ସ୍ୱାଇଁ, ପ୍ରତିମା ପଣ୍ଡା, ସରସ୍ୱତୀ ପଣ୍ଡା, ବିଧାନ ଚନ୍ଦ୍ର ରାୟ, ପ୍ରଦୀପ୍ତ ମିଶ୍ର ପ୍ରମୁଖ ଏଥିରେ ଯୋଗଦେଇ ସ୍ମୃତିଚାରଣ ସହ ଦିବଂଗତ ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଫ୍ୟୁଚର ବାଲେଶ୍ୱର ସଂଗଠନର କାର୍ଯ୍ୟକାରୀ ସଭାପତି ଭବାନୀ ଶଙ୍କର ପଣ୍ଡା ଏଥିରେ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ସମ୍ପାଦକ ଦୁକୁଲ ଚନ୍ଦ୍ର ଘଡ଼େଇ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସବିତା ମହାନ୍ତି, ସଂଯୁକ୍ତାରାଣୀ ବେହେରା, ଅକ୍ଷୟ କୁମାର ବେହେରା, ସୌମ୍ୟରଂଜନ ପାତ୍ର ପ୍ରମୁଖ ସଂଗଠନ କାର୍ଯ୍ୟକର୍ତାମାନେ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ