ସମାଜସେବୀ ଚିନ୍ତାମଣି ମିଶ୍ରଙ୍କ ବିୟୋଗରେ ଶୋକସଭା
କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ) : ଦୀନବନ୍ଧୁ ସାହୁ ଆଇନ ମହାବିଦ୍ୟାଳୟ କଲୋନୀର ଅନ୍ୟତମ ପ୍ରତିଷ୍ଠାତା ସମାଜସେବୀ,ଧର୍ମପ୍ରାଣା ଓ ପରୋପକାରୀ ସୂର୍ଗତ ଚିନ୍ତାମଣି ମିଶ୍ରଙ୍କ ବିୟୋଗରେ ସ୍ଥାନୀୟ ଜ୍ୟୋତିର୍ମୟୀ ମହିଳା ସମିତି ପରିସରରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ଶୋକସଭାରେ ମଧୁସୁଦନ ଶର୍ମା ଅଧ୍ୟକ୍ଷତା କରିଥିଲେ । ପ୍ରଥମେ ସୂର୍ଗତ ମିଶ୍ରଙ୍କ ଏକାଦଶାହ ଉପଲକ୍ଷେ ତାଙ୍କ ଆତ୍ମାର ସଦଗତି ନିମନ୍ତେ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ଅବସରରେ ପୂର୍ବତନ ଡେପୁଟୀ କଲେକ୍ଟର ବିଜୟ କୁମାର ନାୟକ, ଅବସରପ୍ରାପ୍ତ ସାମରିକ ବିଭାଗ ଅଧିକାରୀ ଫକିର ଚରଣ ରାଉତ, ଅଧ୍ୟାପକ ସ୍ମୃତିରଞ୍ଜନ ବେହେରା, ଅଧ୍ୟାପକ ପ୍ରଭାକର ମଲ୍ଲିକ, ନଗେନ୍ଦ୍ର ନାଥ ମହାପାତ୍ର, ମହେନ୍ଦ୍ର ପଟ୍ଟନାୟକ, ବାବାଜୀ ଧଳ, ଶିଶିର କୁମାର ରାଉତ, ଜିଲ୍ଲା ସାହିତ୍ୟ ସଂସଦ ସମ୍ପାଦକ ଶୁଭାଂଶୁ କୁମାର ଦାସ, ନାରାୟଣ ପ୍ରଧାନ, ପ୍ରେମାନନ୍ଦ ମୁଦୁଲି, ପ୍ରମୋଦ କୁମାର ରାଉତ, ରଞ୍ଜନ କୁମାର ସାମନ୍ତରାୟ, ଅଲେଖ ସାହୁ, ଉଦୟ ନାଥ ସାହୁ, ବିକାଶ ରଞ୍ଜନ ସାମଲ, ରଞ୍ଜନ କୁମାର ସାମଲ ପ୍ରମୁଖ ସାମାଜିକ ଦ୍ୱରତା ରକ୍ଷା ପୂର୍ବକ କୋଭିଡ ନୀୟମକୁ ମାନି ସୂର୍ଗତ ମିଶ୍ରଙ୍କ ଜୀବନ ସଂଗ୍ରାମ ସମ୍ପର୍କରେ ଆଲୋକପାତ କରିଥିଲେ । ନିକିରେଇ ଗ୍ରାମରେ ଜନ୍ମଗ୍ରହଣ କରି ଦୀର୍ଘ ୩୦ବର୍ଷ ଧରି ଆଇନ ମହାବିଦ୍ୟାଳୟ କଲୋନୀରେ ଗୃହ ନିର୍ମାଣ କରି ରହି ଆସୁଥିଲେ ସୂର୍ଗତ ମିଶ୍ର । ୨ବର୍ଷ ହେବ ସେ ଅସୁସ୍ଥ ଥାଇ ସମ୍ବଲପୁରରେ ଥିବା ତାଙ୍କ ପୁଅ ପାଖରେ ରହି ଚିକିତ୍ସାଧିନ ଥିଲେ । ଚଳିତ ଅଗଷ୍ଟମାସ ୧୫ତାରିଖରେ ତାଙ୍କ ବିୟୋଗ କଲୋନୀବାସୀଙ୍କ ମଧ୍ୟରେ ଶୋକର ଛାୟା ଖେଳାଇଦେଇଛି । ମାତ୍ର ୭୮ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଯାଇଛି ।