ସମାଜସେବୀ ନବ କିଶୋର ମଲ୍ଲଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳିତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକ ଅନ୍ତର୍ଗତ ଛୋଟି ସ୍ଥିତ ନବ କିଶୋର ମଲ୍ଲ ସ୍ମୃତି ପରିଷଦ ଆନୁକୂଲ୍ୟରେ ସ୍ଥାନୀୟ ରାମଚଣ୍ଡୀ ଶିକ୍ଷା ନିକେତନ ପ୍ରାଙ୍ଗଣରେ ବିଶିଷ୍ଟ ସମାଜସେବୀ ଦିବଗଂତ ନବ କିଶୋର ମଲ୍ଲଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ବିଜ୍ଞାନ ଓ କାରିଗରୀ କୈାଶଳ, ସାଧାରଣ ଉଦ୍ୟୋଗ ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ କୁମାର ପଣ୍ଡା ମୁଖ୍ୟ ଅତିଥି ଓ ବରେଣ୍ୟ ଅତିଥି ଭାବେ ପଦ୍ମଶ୍ରୀ ବଟକୃଷ୍ଣ ସାହୁ, କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା, ରାଜନଗର ବିଧାୟକ ଧ୍ରୁବଚରଣ ସାହୁ, ବରୀ ବିଧାୟିକା ସୁନନ୍ଦା ଦାସ, ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ଜିଲ୍ଲା ପରିଷଦ ସଭାପତି ଗୀତାଞ୍ଜଳି ସେଠୀ, ପାଟକୁରା ବିଧାୟିକାଙ୍କ ପ୍ରତିନିଧି ଯୁବନେତା ସଞ୍ଜୟ କୁମାର ଅଗ୍ରୱାଲ, ପୂର୍ବତନ ବିଧାୟକ ବିଭୁତିଭୂଷଣ ବଳବନ୍ତରାୟ, ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ, ବୈାଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ, ଭୁବନେଶ୍ୱର ବାର ଆସୋସିଏସନ ସମ୍ପାଦକ ରାଜକିଶୋର ରାଜ, ରାଜ୍ୟ ବାର କାଉନସିଲର ସଦସ୍ୟ ସୀତାଂଶୁ ମୋହନ ଦ୍ୱିବେଦୀ, ବରିଷ୍ଠ ସମାଜସେବୀ କୁମାର ଚନ୍ଦ୍ର ବଳ, ମଣ୍ଡଳ ଶିକ୍ଷାଧିକାରୀ ନରହରି ସୂତାର, ପରିବେଶବିତ କାଶିନାଥ ରାଉତରାୟ, ଡେରାବିଶ ବ୍ଲକ ଅଧ୍ୟକ୍ଷା ପ୍ରତିଭା ମଲିକ, ସ୍ଥାନୀୟ ସରପଞ୍ଚ ରଜନୀ ମଲିକ, ସମାଜସେବୀ ରାଜେଶ ପଣ୍ଡା ପ୍ରମୁଖ ଯୋଗଦେଇ ସ୍ୱର୍ଗତ ମଲ୍ଲଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଆଶୁକବି ହେମନ୍ତ ଜେନାଙ୍କ ପୈାରହିତ୍ୟରେ ଅନୁଷ୍ଠିତ ବରେଣ୍ୟ ଅତିଥିମାନେ ସ୍ମରଣିକା “ସ୍ମୃତିଅର୍ଘ୍ୟ”କୁ ଲୋକାର୍ପିତ କରିବା ସଙ୍ଗେ ସଙ୍ଗେ ଶ୍ରଦ୍ଧାଞ୍ଜଳି ଯାତ୍ରାରେ ଅଂଶଗ୍ରହଣ କରିଥିବା ଏକ ହଜାର ଛାତ୍ରଛାତ୍ରୀମାନଙ୍କୁ ପରିଷଦ ପକ୍ଷରୁ ଟ୍ରଫି ଓ ଅଙ୍ଗବସ୍ତ୍ର ପ୍ରଦାନ କରିଥିବା ବେଳେ କେନ୍ଦ୍ରାପଡା ଓ ଯାଜପୁର ଜିଲ୍ଲାର ମାଟ୍ରିକ ଟପ୍ପର ମୋନାଶ୍ରୀ ବିଶ୍ୱାଳ ଏବଂ ନିହାରିକା ଦାସଙ୍କୁ ଅର୍ଥରାଶି ସହିତ ଟ୍ରଫି ପ୍ରଦାନ କରିଥିଲେ । ପୂଜ୍ୟପୂଜାର ସମ୍ଭାରରେ ଗୁରୁପୂଜନ କାର୍ଯ୍ୟକ୍ରମରେ ଡେରାବିଶ ବ୍ଲକର ୫ଶହରୁ ଉର୍ଦ୍ଧ୍ୱ ଶିକ୍ଷକ, ପତ୍ରକାର, କବି ଏବଂ ସାହିତ୍ୟିକମାନଙ୍କୁ ଅଙ୍ଗବସ୍ତ୍ର, ମାନପତ୍ର ଓ ପୁଷ୍ପଗୁଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଶିକ୍ଷକ ଅଶ୍ୱିନୀ କୁମାର ରାଉତ ବେଦପାଠ, ସ୍ମୃତିରଞ୍ଜନ ମଲ୍ଲ ଅତିଥି ପରିଚୟ, ଈଶ୍ୱର ଚନ୍ଦ୍ର ପୃଷ୍ଟି କାର୍ଯ୍ୟକ୍ରମ ସଂଚାଳନ କରିଥିବା ବେଳେ ଭାବଗ୍ରାହୀ କଳାନିକେତନର ପ୍ରତିଷ୍ଠାତା ସମ୍ପାଦକ ବିମଳ ପ୍ରସାଦ ପରିଡା ଓ ସାଥିମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଶେଷରେ ସମାଜସେବୀ ରାଜେଶ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଜୟ କୁମାର ମଲ୍ଲ, କୁନା ବିହାରୀ ଦାସ, ଅକ୍ଷୟ କୁମାର ମଲ୍ଲ, ରୁଦ୍ରପ୍ରସନ୍ନ ମଲ୍ଲ, ମଳୟ କୁମାର ଜେନା, ନାରାୟଣ ଚନ୍ଦ୍ର ବଳ, ଅନିରୁଦ୍ଧ କୁମାର ସିଂହ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ