ସମାଜସେବୀ ନିରଞ୍ଜନଙ୍କ ବୁଲା ଗାଈ ଓ କୁକୁରମାନଙ୍କୁ ଖାଦ୍ୟ ପ୍ରଦାନ କରି ସାଧାରଣଙ୍କ ଠାରେ ବେଶ ପ୍ରଂଶସିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ବିଶିଷ୍ଟ ସମାଜସେବୀ ନିରଞ୍ଜନ ବିଶ୍ୱାଳ ବୁଲା ଗାଇ ଗୋରୁ ଓ ବୁଲା କୁକୁରମାନଙ୍କୁ ଖାଦ୍ୟ ପଦାର୍ଥ ପ୍ରଦାନ କରି ନିଜର ମହନୀୟତାର ପରିଚୟ ଦେବା ସହ ସାଧାରଣରେ ବେଶ ପ୍ରଶଂସୀୟ ହୋଇପାରିଛନ୍ତି. ଆଜିକାଲି ଜନସଂଖ୍ୟା ବୃଦ୍ଧି ସାଙ୍ଗକୁ ଘରଦ୍ୱାର, ରାସ୍ତାଘାଟ ନିର୍ମାଣ ମଧ୍ୟ ବୃଦ୍ଧି ପାଇଛି। ସମାଜରେ ଲୋକମାନଙ୍କର ଚାହିଦା ପୂରଣ କରିବା ପାଇଁ ବହୁ ବିକଳ୍ପ ପନ୍ଥା ଅବଲମ୍ବନ କରାଯାଉଛି ଏବଂ ଏଥିପାଇଁ ଚାରଣ ଭୂମି, ପ୍ରାକୃତିକ ଜଙ୍ଗଲ, ଚାଷଜମି କ୍ଷତିଗ୍ରସ୍ତ ହେଉଅଛି। ଏଥିପାଇଁ ପରିବେଶ ସନ୍ତୁଳନ ବିଗିଡି ଯାଉଛି ଏବଂ ନାନା ପ୍ରକାର ଅସୁବିଧା ପରିଲକ୍ଷିତ ହେଉଛି। ବୁଲା ଜୀବଜନ୍ତୁ ବିଶେଷକରି ଗୋରୁଗାଈ, କୁକୁର ମାନଙ୍କୁ ଉପଯୁକ୍ତ ପରିମାଣରେ ଖାଦ୍ୟ ମିଳୁ ନାହିଁ ଯାହାଫଳରେ ଅଳିଆ ଆବର୍ଜ୍ଜନାରୁ ଖାଦ୍ୟ ସଂଗ୍ରହ ସକାଶେ ପଲିଥିନ ଖାଇଦେଇ ନାନା ପ୍ରକାର ରୋଗର ଶିକାର ହେଉଛନ୍ତି। ଗାଈଗୋରୁ ଓ କୁକୁର ମାନେ ବିଭିନ୍ନ ସ୍ଥାନରେ ଘର କିମ୍ଵା ଦୋକାନ ବଜାରରେ ଖାଦ୍ୟ ସକାଶେ ପ୍ରବେଶ କରି ଲୋକମାନଙ୍କର ଆକ୍ରମଣରେ କ୍ଷତ ବିକ୍ଷତ ହେବାର ମଧ୍ୟ ପ୍ରମାଣ ରହିଛି। ଏହି ବୁଲା ଜୀବଜନ୍ତୁ ଯଥା ଗାଈଗୋରୁ ଓ କୁକୁରମାନଙ୍କ ପାଇଁ ଖାଦ୍ୟ ପ୍ରଦାନ କରିବାର ଏକ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି ଜଣେ ବିଜ୍ଞାନ ଶିକ୍ଷକ ନିରଞ୍ଜନ ବିଶ୍ୱାଳ। ନିଜସ୍ୱ ଦରମା ଟଙ୍କାରେ ପନିପରିବା କିଣି ତଥା ଘରେ ଖାଦ୍ୟ ପ୍ରସ୍ତୁତ କରି ବୁଲା ଜୀବଜନ୍ତୁ ମାନଙ୍କୁ ଖାଇବାକୁ ଦେଇଥାନ୍ତି।ସେ ଖଲ୍ଲିକୋଟ ବ୍ଲକ୍ ଅନ୍ତର୍ଗତ କଞ୍ଚଣା ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା କରିବା ସହିତ ବହୁତ ସମାଜସେବା ମୂଳକ କାର୍ଯ୍ୟ ହାତକୁ ନେଇଛନ୍ତି। ଅଭାବ ଅନଟନ ଓ ଅସହାୟ ବ୍ୟକ୍ତିମାନଙ୍କୁ ସାହାଯ୍ୟ କରିବା, ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇଦେବା ତଥା ଆର୍ଥିକ ସହାୟତା ଯୋଗାଇ ଦେବା ଭଳି ମଙ୍ଗଳମୟ କାର୍ଯ୍ୟ ସମ୍ପାଦନ କରି ସମାଜ ପାଇଁ ଏକ ଉଦାହରଣ ହୋଇପାରିଛନ୍ତି। ସେ ପରିବେଶର ସୁରକ୍ଷା ନିମନ୍ତେ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କରିଥାନ୍ତି। ସମାଜରେ ଲୋକମାନଙ୍କର ସଚେତନତା ନିମନ୍ତେ ବହୁ କାର୍ଯ୍ୟକ୍ରମ କରି ଲୋକମାନଙ୍କ ଦ୍ବାରା ଉଚ୍ଚ ପ୍ରଶଂସିତ ହୋଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ