ସମାଜସେବୀ ପରି ସେଠୀଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କୋରୋ ଗ୍ରାମପଞ୍ଚାୟତର ପାଳକଣା ଗ୍ରାମର ପରି ସେଠୀଙ୍କ ବିୟୋଗରେ ତାଙ୍କ ବାସଭବନରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ସ୍ମୃତିସଭାରେ ବିଜୁଜନତାଦଳର ସକ୍ରୀୟ ସଭ୍ୟ ଇଂ ମୂରଲୀଧର ସେଠୀ, ସଞ୍ଜୟ ମଲ୍ଲିକ, ରବୀନ୍ଦ୍ର କୁମାର ସେଠୀ, ସେକ ଅବଦୁଲ, ସୁଦର୍ଶନ ମହାପାତ୍ର, ବସନ୍ତ କୁମାର ମଲ୍ଲିକ, କରୁଣାକର ସାହୁ, ରୋହିତ ମଲ୍ଲିକ, ରାମଚନ୍ଦ୍ର ସେଠୀ, ରଜନୀକାନ୍ତ ସେଠୀ, ସରସ୍ୱତୀ ସେଠୀ, ଲକ୍ଷ୍ମୀ ସେଠୀ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ସେଠୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ସ୍ୱର୍ଗତ ସେଠୀ ଛାତ୍ର ଜୀବନରୁ କିଭଳି ସମାଜସେବା କ୍ଷେତ୍ରରେ ନିଜ ଜୀବନକୁ ଉତ୍ସର୍ଗ କରିବା ସହିତ ଗାଁ ମୁରବୀ ଭାବେ ଏକ ସ୍ୱତନ୍ତ୍ର ପରିଚିତ ହାସଲ କରିଥିଲେ ସେ ସମ୍ପର୍କରେ ମତବ୍ୟକ୍ତ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।


