ସମାଜସେବୀ ମଧୁସୂଦନ ଦାସଙ୍କୁ ଭାରତ ସ୍ୱେଚ୍ଛାସେବୀ ସମ୍ମାନ
ଭୁବନେଶ୍ୱର-: ଜାତୀୟ ଯୁବ ପ୍ରକଳ୍ପର ରାଷ୍ଟ୍ରୀୟ ଟ୍ରଷ୍ଟି ଓ ଓଡ଼ିଶା ଶାଖାର ଆବାହକ ଶ୍ରୀ ମଧୁସୂଦନ ଦାସଙ୍କୁ ନୂଆଦିଲ୍ଲୀସ୍ଥିତ ଦେଶବନ୍ଧୁ ପ୍ରେକ୍ଷାଳୟରେ ‘ଭାରତ ସ୍ୱେଚ୍ଛାସେବୀ ସମ୍ମାନ-୨୦୨୦’ରେ ସମ୍ମାନିତ କରାଯାଇଅଛି । ଦୀର୍ଘ ତିନି ଦଶନ୍ଧି ଧରି ଶ୍ରୀ ଦାସ ସଦସର୍ବଦା ଜଣେ ସ୍ୱେଚ୍ଛାସେବୀ ଭାବେ ଦେଶର ଏକତା, ଅଖଣ୍ଡତା ପାଇଁ କାର୍ଯ୍ୟରତ । ଯେକୌଣସି ବିପର୍ଯ୍ୟୟ ବେଳେ ଶହ ଶହ ସ୍ୱେଚ୍ଛାସେବୀମାନଙ୍କୁ ସାଥୀରେ ଧରି ସେ ନିରନ୍ତଭାବେ ଦୁର୍ବିପାକ ପ୍ରପୀଡ଼ିତ ଲୋକମାନଙ୍କ ପାଇଁ ସେବା କାର୍ଯ୍ୟ କରିଥାନ୍ତି ।
ଦିଲ୍ଲୀସ୍ଥିତ ସର୍ବଭାରତୀୟ ଅନୁଷ୍ଠାନ ‘ଇଣ୍ଡିଆ ଭଲ୍ୟୁଣ୍ଟିୟର ନେଟୱାର୍କ’ର ବିଚାରକ ମଣ୍ଡଳୀ ଦ୍ୱାରା ଶ୍ରୀଯୁକ୍ତ ଦାସଙ୍କ କାର୍ଯ୍ୟାବଳୀକୁ ତର୍ଜମା କରି ଏହି ସମ୍ମାନ ପାଇଁ ମନୋନୀତ କରାଯାଇଥିଲା । ଖୁସିର ଖବର ଦିଲ୍ଲୀସ୍ଥିତ ସ୍ୱେଚ୍ଛାସେବୀ ସଂଗଠନ ସମୂହ ଓ ଜାତିଂସଘ ଆନୁକୂଲ୍ୟରେ ଆୟୋଜିତ ‘କର୍ମବୀର ଗ୍ଲୋବାଲ ଫେଲୋସିପ-୨୦୨୦’ ମଧ୍ୟ ଶ୍ରୀ ଦାସଙ୍କୁ ଅର୍ପଣ କରାଯାଇଅଛି । ଏହି ଅବସରରେ ଏହି ସମ୍ମାନ ଦେଶର ସମସ୍ତ ସ୍ୱେଚ୍ଛାସେବୀ ଓ ଶୁଭେଚ୍ଛୁ, ସହଯୋଗୀ, ସାଥୀମାନଙ୍କୁ ସମର୍ପିତ ବୋଲି ଶ୍ରୀ ଦାସ ପ୍ରକାଶ କରିବା ସହ ଆହୁରି ଆଗକୁ କାମ କରିବାରେ ଏହା ପ୍ରେରଣାଦାୟକ ହେବ ବୋଲି କହିଛନ୍ତି ।