ସମାଜସେବୀ ସନ୍ତୋଷଙ୍କ ମାସ୍କ,ସାନିଟାଇଜର ବୀତରଣ

କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ପୁରୁଷୋତ୍ତମପୁର ପଂଚାୟତର କହ୍ନେଇପୁର ଗ୍ରାମର ସମାଜସେବୀ ସନ୍ତୋଷ କୁମାର ବେହେରା ଗତ ୨୫ତାରିଖ ଠାରୁ ଜିଲ୍ଲାର ବିଭିନ୍ନ ପଂଚାୟତର ଗ୍ରାମ ଗୁଡିକରେ ଲୋକମାନଙ୍କୁ କରୋନା ସମ୍ପର୍କରେ ସଚେତନତା କରିବା ସହିତ ସେମାନଙ୍କୁ ମାସ୍କ ଓ ସାନିଟାଇଜର ବୀତରଣ କରୁଥିବା ଦେଖାଯାଇଛି । ରବିବାର ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ସାନଜରିଆ, ବଡଜରିଆ,ନିଗିନିପୁର ସହିତ ମହାକାଳପଡା ବ୍ଲକର ଜାଲକଣା, ଚଣ୍ଡିଆପଲ୍ଲୀ ଏବଂ ଓରତଘାଟ ପ୍ରଭୃତି ସ୍ଥାନରେ ଲୋକମାନଙ୍କୁ ସଚେତନତାର ବାର୍ତ୍ତା ଦେବା ସହିତ ମାସ୍କ ଓ ସାନିଟାଇଜର ବାଂଟିଥିଲେ । ଏଥିସହିତ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟଳୟର କର୍ମଚାରୀ ଓ ପୋଲିସ କର୍ମଚାରୀ ଏବଂ ଅଧିକାରୀମାନଙ୍କୁ ମାସ୍କ ଓ ସାନିଟାଇଜର ବଂଟନ କରି ସାରା ସମାଜକୁ ଏକ ନୂତନ ବାର୍ତ୍ତା ପ୍ରଦାନ କରିଛନ୍ତି । ସଂକ୍ରମଣ ଭୟରେ କେହି ଘର ବାହାରକୁ ଆସୁନଥିବା ବେଳେ ପ୍ରଶାସନର ବିନା ସହଯୋଗରେ ସମାଜସେବା ପାଇଁ ନିଜ ଜୀବନକୁ ବିପନ୍ନ କରି ଏଭଳି ସେବା ଜନସାଧାରଣଙ୍କୁ ଯୋଗାଇ ଆସୁଥିବାର ଦେଖିବାକୁ ମିଳିଛି । ଆଜି ସୁଦ୍ଧା ବେହେରା ୧୮ହଜାର ଏକଶହ ମାସ୍କ ଓ ୧୯ଶହ ସାନିଟାଇଜର ଜିଲ୍ଲାର ବିଭିନ୍ନ ସ୍ଥାନରେ ବୀତରଣ କରିଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ