ସମାଜସେବୀ ସୁର୍ଯ୍ୟମଣୀ ନାୟକଙ୍କ ପରଲୋକ

ହାଟଡିହି, (ବିକାଶ ବିଶ୍ୱାଳ ): ଗେଡମା ପଞ୍ଚାୟତ ଜଳସରପୁର ଗ୍ରାମର ସମାଜସେବୀ ସୂର୍ଯ୍ୟମଣୀ ନାୟକଙ୍କ ୯୭ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଏକାଧାରରେ ଜଣେ ସମାଜସେବୀ, ଦୃଢ଼ ସଂଗଠକ, ଉଦାରଚିତ ବ୍ୟକ୍ତିତ୍ୱ ଓ ଷ୍ପଷ୍ଟବାଦୀ ବ୍ୟକ୍ତି ଭାବେ ଜଣାଶୁଣା ଥିଲେ । ଆଜି ସକାଳେ ହଠାତ ଦୃଦଘାତରେ ତାଙ୍କର ପରଲୋକ ଘଟିଥିଲା । ତାଙ୍କ ମୃତୁ୍ୟଶଯ୍ୟା ନିକଟରେ ଧର୍ମପତ୍ନୀ ରୁକ୍ମଣୀ, ପୁଅ ପ୍ରଫୁଲ, ସୁକାନ୍ତ, ପ୍ରକାଶ, ପ୍ରତାପ, ବୋହୁ ଅନୀତା, ପ୍ରଭାସିନୀ,ଅନୁସୁୟା, ଅମିତା ଝିଅ ସ୍ୱପ୍ନାରାଣୀ, ଜ୍ୱାଇଁ ରମାକାନ୍ତ ମଲ୍ଲିକ, ଭାଇ ବାସୁଦେବ ନାୟକ, ଧରଣୀଧର ନାୟକ, ନିଧି ଚରଣ ନାୟକ ଙ୍କ ନାତି ନାତୁଣୀ ମାନେ ଉପସ୍ଥିତ ଥିଲେ । ତାଙ୍କ ପରଲୋକ ଖବରପାଇ ସମ୍ବାଦ ଯାଜପୁର ସଂସ୍କରଣର ପ୍ରସାର ଅଧିକାରୀ ବିରଞ୍ଚି ପାଢ଼ୀ, ଦେବରାଜ ସାମଲ, ବିଜ୍ଞାପନ ଅଧିକାରୀ ପାର୍ଥ ସାରଥି ନାୟକ, ହାଟଡିହିର ସମ୍ବାଦ ଓ କନକ ନିଉଜ ପ୍ରତିନିଧି କିଶୋର ଆଚାର୍ଯ୍ୟ, ସାମ୍ବାଦିକ ପାର୍ଥ ସୌରଭ ସା, ଗେଡମା ପଞ୍ଚାୟତର ସରପଞ୍ଚ ଙ୍କ ପ୍ରତିନିଧି ସୁରେନ୍ଦ୍ର କାଣ୍ଡି, ବ୍ରଜ କିଶୋର ଜେନା, ସୁଶାନ୍ତ ନାୟକ, ବରଦା ପ୍ରସନ୍ନ ନାୟକ, ପ୍ରଦୀପ ଜେନା, ଅନାମ ଚରଣ ଜେନା, ଅନିରୁଦ୍ଧ ଜେନା, କାହ୍ନୁ ଚରଣ ଜେନା, ନବ କିଶୋର ନାୟକ, ଅଜୟ ଜେନାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଶେଷ ଦର୍ଶନ କରିଥିଲେ । ପରେ ତାଙ୍କ ମରଶରୀରକୁ ଗ୍ରାମ ପରିକ୍ରମା କରାଇବାପରେ ଗାଁ ସ୍ମଶାନରେ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ