ସମିତିସଭ୍ୟ ନିଦ୍ୱନ୍ଦରେ ନିର୍ବାଚିତ ହେବେ
ହାଟଡିହି, (ବିକାଶ ବିଶ୍ୱାଳ) :-ଚଳିତ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ ହାଟଡିହି ବ୍ଲକର ୩୧ଟି ସମିତିସଭ୍ୟ ପାଇଁ ନିର୍ବାଚନ ହେବାକୁ ଯାଉଥିବାବେଳେ କଅଁଳେଇବାଲିପାଳ ପଞ୍ଚାୟତରେ ଗୋଦାବରୀ ନାଇକ ନାମକ ଜଣେ ମାତ୍ର ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି । ଫଳରେ ଏହି ପଞ୍ଚାୟତରୁ ସେ ନିଦ୍ୱର୍ନ୍ଦରେ ନିର୍ବାଚିତ ହେବାର ବାଟ ଫିଟି ଯାଇଛି । ଏହି ପଞ୍ଚାୟତରୁ ୭ଜଣ ସରପଞ୍ଚ ପଦବୀ ପାଇଁ ପ୍ରତିଦ୍ୱନ୍ଦିତା କରୁଥିବା ବେଳେ ଜଣେ ମାତ୍ର ପ୍ରାର୍ଥୀ ସମିତିସଭ୍ୟ ପାଇଁ ନାମାଙ୍କନପତ୍ର ଦାଖଲ କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି ।