ସମୀର ଟିଭିଏସ ପକ୍ଷରୁ ସଡକ ସୁରକ୍ଷା ସଚେତନତା ଶୋଭାଯାତ୍ରା

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସମୀର ଟିଭିଏସର ୨୬ ତମ ବାର୍ଷିକ ଉତ୍ସବ ଅବସରରେ ଏକ ସଡକ ସୁରକ୍ଷା ସମ୍ପର୍କିତ ଶୋଭାଯାତ୍ରା କେନ୍ଦ୍ରାପଡା ସହରରେ ଅନୁଷ୍ଠିତ ହୋଇଯାଇଛି । ଏହି ସଚେତନତା ଶୋଭାଯାତ୍ରାକୁ ଟାଉନ ଥାନାର ସହକାରୀ ସବଇନିସପେକ୍ଟର ପ୍ରକାଶ ନାୟକ ଉଦଘାଟନ କରିଥିଲେ । କେନ୍ଦ୍ରାପଡା ସହରର ଇଛାପୁରରୁ ବାହାରି ତିନିମୁହାଣି ଛକ ପର୍ଯ୍ୟନ୍ତ ସହର ମଧ୍ୟଦେଇ ଆସିଥିବା ଏହି ସଚେତନତା ଶୋଭାଯାତ୍ରାରେ ହେଲମେଟ ପିନ୍ଧନ୍ତୁ ଓ ଜୀବନ ବଞ୍ଚନ୍ତୁ ସ୍ଳୋଗାନ ସହିତ ବିଭିନ୍ନ ସଡକ ସୁରକ୍ଷା ସମ୍ପର୍କିତ ସଚେତନତା ବାର୍ତ୍ତା ଦିଆଯାଇଥିଲା । ସହର ମଧ୍ୟଦେଇ ଯାଉଥିବା ଏହି ଶୋଭାଯାତ୍ରାରେ ସମୀର ମୋଟର୍ସର ପ୍ରୋପାଇଟର ସମୀର କୁମାର ଚାନ୍ଦ ଜନସାଧାରଣଙ୍କୁ ଦୃତ ଗତିରେ ଓ ବିନା ହେଲମେଟରେ ଗାଡି ନଚଳାଇବାକୁ ପରାମର୍ଶ ଦେଇଥିଲେ । ଏଥିସହିତ ଦୀର୍ଘ ୨୬ବର୍ଷ ଧରି ସେବା ଯୋଗାଇ ଆସୁଥିବା ସମୀର ଟିଭିଏସକୁ ଆଉ ପାଦେ ଆଗେଇବାକୁ ସହଯୋଗ କରିବା ନିମନ୍ତେ ଜନସାଧାରଣଙ୍କୁ ନିବେଦନ କରିଥିଲେ । ଏଥିରେ ସାନ୍ତାକ୍ରୁଜ ଜନ୍ମେଜୟ ସ୍ୱାଇଁ(ମୁନା) ହେଲମେଟ ପିନ୍ଧି ଗାଡି ଚଳାନ୍ତୁ ବୋଲି କହିବା ସହ ଲୋକମାନଙ୍କୁ ଚକଲେଟ ପ୍ରଦାନ କରି ସଚେତନ କରାଇଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ଲକ୍ଷ୍ମୀକାନ୍ତ ବେହେରା, ନାରାୟଣ ପଣ୍ଡା, ଅନିଜା ଜେନା, ସମାପ୍ତି ବେହେରା, ରିତାଞ୍ଜଳି ସ୍ୱାଇଁ,ଲକ୍ଷ୍ମଣ ବେହେରା, କ୍ଷିତିଶ କୁମାର କର, ରଶ୍ମିତା ସ୍ୱାଇଁ, ସୋନାଲି ଦାସ ପ୍ରମୁଖ ସମୀର ଟିଭିଏସର କର୍ମଚାରୀମାନେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ