ସମୀର ମୋଟର୍ସରେ ସ୍ୱେଛାକୃତ ରକ୍ତଦାନ ଶିବିର
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ପୈାରାଞ୍ଚଳ ଅନ୍ତର୍ଗତ କେଶପୁର ବଜାରସ୍ଥିତ ସମୀର ମୋଟର୍ସ ପକ୍ଷରୁ ନେତାଜୀ ଜୟନ୍ତୀ ଅବସରରେ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ୮୬ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ଏହି ଅବସରରେ ସମୀର ମୋଟର୍ସ କାର୍ଯ୍ୟାଳୟ ପରିସରରେ ସ୍କୁଲ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ “ଦେଶ ସ୍ୱାଧୀନତାରେ ଆଜାଦହିନ୍ଦ ଫୈାଜର ଅବଦାନ” ଶୀର୍ଷକ ଏକ ବକ୍ତୃତା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ସ୍ୱର୍ଗତ ସୋମନାଥ ମିଶ୍ରଙ୍କ ସ୍ମୃତିରେ ଅନୁଷ୍ଠିତ ଏହି ପ୍ରତିଯୋଗୀତାରେ ମୋଟ ୨୫ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିବା ବେଳେ ଦିବ୍ୟସାଗର ପରିଡା ପ୍ରଥମ, ସତ୍ୟଶିବମ ଦାସ ଦ୍ୱିତୀୟ ଏବଂ ଆକାଶ ବେହେରା ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ । ପ୍ରତିଯୋଗୀତାର ବିଚାରକ ଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରତାପ କୁମାର ନାୟକ, ବରିଷ୍ଠ ଆଇନଜୀବୀ ପ୍ରଦୀପ କୁମାର ଦାଶ, ସ୍ତମ୍ବକାର କ୍ଷୀରୋଦ କୁମାର କର ଓ ଶିକ୍ଷାବିତ ହେମନ୍ତ କୁମାର ଜେନା ପ୍ରମୁଖ ଯୋଗଦେଇଥିଲେ । ଶେଷରେ ସମୀର ମୋଟର୍ସର ପ୍ରୋପାଇଟର ସମୀର କୁମାର ଚାନ୍ଦଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ସମ୍ବାଦର ସାମ୍ବାଦିକ ସୁବ୍ରତ କୁମାର ସାମଲ ଅତିଥି ଭାବେ ଯୋଗଦେଇ ବକ୍ତୃତା ପ୍ରତିଯୋଗୀତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମୀର ମୋଟର୍ସର କର୍ମଚାରୀ ପ୍ରକାଶ ମିଶ୍ର, ନାରାୟଣ ପଣ୍ଡା, ଲକ୍ଷ୍ମୀପ୍ରିୟା ମହାପାତ୍ର, ଅନୀଜା ଜେନା, ସମାପ୍ତି ବେହେରା, ସୋନାଲୀ ଦାସ, ତନ୍ମୟ କୁମାର ମୋର, ଭାନୁପ୍ରିୟା ସେଠୀ, ରୀତାଞ୍ଜଳୀ, ରତିକାନ୍ତ,ଲକ୍ଷ୍ମୀକାନ୍ତ, ସସ୍ମିତା ସ୍ୱାଇଁ, ଦେବୀ ପ୍ରସାଦ ଭଞ୍ଜଦେଓ,ତୁଷାରକାନ୍ତ, ଦିପକ ସାମଲ, ଲକ୍ଷ୍ମଣ ବେହେରା, ଅବିନାଶ ସ୍ୱାଇଁ, ଦେବୁ ମଣ୍ଡଳ, ଶିବ ପ୍ରସାଦ ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।