ସମୀ ସଲିମଙ୍କ ଦ୍ୱାରା କୋଭିଡର ଗଣମାଧ୍ୟମ ସଚେତନତା

କେନ୍ଦ୍ରାପଡ଼ା (ଚିତ୍ତରଞ୍ଜନ ଦାସ) : ପ୍ରଫେସର ଡା. ସମୀ ସଲିମଙ୍କ ପକ୍ଷରୁ ସ୍ଥାନୀୟ ଗରାପୁର ଠାରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କୋଭିଡ -୧୯ ସମ୍ପର୍କରେ ସଚେତନତା କରାଯାଇଛି । ଏହି ଉପଲକ୍ଷେ ଡା.ସଲିମ ଉପସ୍ଥିତ ଗଣମାଧ୍ୟମର ପ୍ରତିନିଧିମାନେ ବର୍ତ୍ତମାନ ପରିସ୍ଥିତିରେ କିଭଳି ସାମାଜିକ ଦ୍ୱରତା ରକ୍ଷା କରି ନିଜର କର୍ତ୍ତବ୍ୟ ସମ୍ପାଦନ କରିବେ ଓ ମୁହଁରେ ମାସ୍କ ପିନ୍ଧିବା ସହିତ ହାତରେ ଗ୍ଲୋବସ ପିନ୍ଧି କାର୍ଯ୍ୟ କରିବେ । ଘରକୁ ଯାଇ ନିଜର ପୋଷାକ ପରିଛନ୍ୱ ବଦଳାଇବା ସହିତ ଘର ବାହାରେ ସେସବକୁ ରଖି ସାନିଟାଇଜ କରିବେ ସେ ସମ୍ପର୍କରେ ବିଶେଷ ଭାବରେ ସୂଚନା ପ୍ରଦାନ କରିଥିଲେ । ଗଣମାଧ୍ୟମର ପ୍ରତିନିଧିମାନେ କିଭଳି ନିଜକୁ ସୁସ୍ଥ ଓ ନିରାମୟ ରଖି ନିଜର ଦାୟୀତ୍ୱ ଓ କର୍ତ୍ତବ୍ୟ ସମ୍ପାଦନ କରିବେ ସେ ସମ୍ପର୍କରେ ଅବଗତ କରାଇଥିଲେ ।

 

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ