ସମୁଦ୍ରରେ ହେଲା ଅଘଟଣ
ବ୍ରହ୍ମପୁର: ମାଛ ଧରିବାକୁ ଯିବାବେଳେ ଉଚ୍ଚ ଲହଡି ଯୋଗୁଁ ଧକ୍କା ହେଲେ ଦୁଇଟି ଡଙ୍ଗା ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲାର ଗୋପାଳପୁର ସମୁଦ୍ରରେ । ରବିବାର ସକାଳେ ଗୋପାଳପୁରରେ ଏକ ଡଙ୍ଗାରେ କେତେକ ମତ୍ସ୍ୟଜୀବୀ ମାଛ ଧରିବାକୁ ସମୁଦ୍ର ମଧ୍ୟକୁ ଯାଇଥିଲେ । କିଛି ବାଟ ଗଲା ପରେ ଅପର ଦିଗରୁ ଅନ୍ୟ ଏକ ଡଙ୍ଗା ଗୋପାଳପୁର ସମୁଦ୍ର କୂଳକୁ ଫେରୁଥିଲା । ହେଲେ ଘନ କୁହୁଡ଼ି ଯୋଗୁ ଦୁଇ ଡଙ୍ଗାର ନାବିକମାନେ ପରସ୍ପରକୁ ଦେଖିପାରି ନଥିଲେ । ଫଳରେ ଦୁଇ ଡଙ୍ଗା ମଧ୍ୟରେ ଧକ୍କା ହୋଇଥିଲ। । ଏହି ଦୁର୍ଘଟଣାରେ ଦୁଇଟି ଡଙ୍ଗା ସମ୍ପର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ ୧୮ଜଣ ମତ୍ସ୍ୟଜୀବିଙ୍କୁ ଉଦ୍ଧାର କରାଯାଛି । ଏହା ସହିତ୪ଜଣ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।


