ପୂର୍ତ୍ତ ବିଭାଗ ଯନ୍ତ୍ରୀ ଙ୍କୁ ସ୍ୱାଗତ ଓ ଦାବି ଉପସ୍ଥାପନ
କୁକୁଡାଖଣ୍ତି:- ନୂତନ ଭାବେ ଯୋଗ ଦେଇ ଥିବା ପୂର୍ତ୍ତ ଓ ରୋଡ଼ ବିଭାଗ ଡିଭିଜନ -୧,ବ୍ରହ୍ମପୁର ର ନିର୍ବାହୀ ଯନ୍ତ୍ରୀ ଅରୁଣ କୁମାର ଶତପଥି ଙ୍କୁ କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟୁର୍ବେଦ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ର ପୂର୍ବତନ ଛାତ୍ର ସଂସଦ ସଭାପତି ଅଶୁତୋଷ କର ସ୍ୱାଗତ କରିବା ସହ ଆୟୁର୍ବେଦ ମହାବିଦ୍ୟାଳୟ ର ଅନେକ ସମସ୍ୟା ସଂପର୍କରେ ତାଙ୍କୁ ଅବଗତ କରାଇଥିଲେ । ଯେପରିକି ନୂତନ ଛାତ୍ରାବାସ ବ୍ୟବସ୍ତା ତାସହିତ ଆଉ ଗୋଟିଏ ଶ୍ରେଣୀ ଗୃହ ଦରକାର କରିବା ପାଇଁ ଦାବୀ ଉପସ୍ଥାୁନା କରିଥିଲେ। ଏହି ବିଷୟରେ ଅବଗତ ହେବାପରେ ଶ୍ରୀଯୁକ୍ତ ଶତପଥୀ ଖୁବଶୀଘ୍ର ମହାବିଦ୍ୟାଳୟ କୁ ଯାଇ ଭିତ୍ତି ଭୂମିର ଅନୁଧ୍ୟାନ କରିବେ ବୋଲି କହିଥିଲେ ।


