ସମୁଦ୍ର କୂଳରୁ ମାନବ କଙ୍କାଳ ଉଦ୍ଧାର
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ପୁରୀ କୋଣାର୍କ ବେଳାଭୂମି ରାମଚଣ୍ଡୀ ମୁହାଣ ଠାରୁ ନୂଆନଇ ମୁହାଣ ବାଙ୍ଗର ଜଙ୍ଗଲ ନିକଟ ସମୁଦ୍ର କୂଳରୁ ଏକ ମାନବ ଶରୀର କଙ୍କାଳ ପଡ଼ି ରହିଥିବା ଦେଖିବାକୁ ମିଳିଛି। କଙ୍କାଳରେ ଲାଗିଥିବା କପଡ଼ା ପୋଷାକରୁ ଏହା ଏକ ପୁରୁଷର କଙ୍କାଳ ବୋଲି ଅନୁମାନ କରାଯାଉଛି। କଙ୍କାଳ ବୟସ ୨୫ରୁ ୩୦ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ସ୍ଥାନୀୟ ଲୋକେ ଦେଖି ପୋଲିସକୁ ସୂଚନା ଦେଇଥିବା ବେଳେ ଘଟଣା ସ୍ଥଳରେ ରାମଚଣ୍ଡି ଥାନା ପୋଲିସ୍ ପହଞ୍ଚି କଙ୍କାଳକୁ ଜବତ କରିଛି। ପୁରୀ ଆରକ୍ଷୀ ଉପ ଅଧିକ୍ଷକ, ରାମଚଣ୍ଡି ଥାନା ଅଧିକାରୀ, ଚନ୍ଦ୍ରଭାଗା ମେରାଇନ ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସମୁଦ୍ରରେ ଭାସି ଆସି ପ୍ରାଣ ହରାଇଛନ୍ତି କିମ୍ବା କୌଣସି କାରଣରୁ ହତ୍ୟା କି ଆତ୍ମହତ୍ୟା ସେ ନେଇ କୌଣସି ତଥ୍ୟ ମିଳି ପାରିନାହିଁ। ପୋଲିସ୍ ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ଅଧିକାରୀ ମାନେ ସୂଚନା ଦେଇଛନ୍ତି।