ସମୁଦ୍ର ନିଷିଦ୍ଧାଞ୍ଚଳ ରୁ ଟ୍ରଲର ଜବତ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଅସ୍ତରଙ୍ଗ ର ଦେବୀ ମୁହାଁଣ ନିଷିଦ୍ଧାଞ୍ଚଳ ରେ ବେଆଇନ ଭାବେ ମାଛ ମାରୁଥିବା ଏକ ଟ୍ରଲର କୁ ଅସ୍ତରଙ୍ଗ ବନ ବିଭାଗ ଜବତ କରି ମତ୍ସ୍ୟ ବିଭାଗ କୁ ହସ୍ତାନ୍ତର କରିଛି। ଜବତ ଟ୍ରଲର ର ନାମ ବ୍ରହ୍ମ ମହାମହିମା ଅଲେଖ। ଟ୍ରଲର ରେ ଥିବା ୭ଜଣ ଙ୍କୁ ଅଟକ ରଖାଯାଇଛି। ବନପାଳ ବିରଜା ପ୍ରସାଦ ମହାପାତ୍ର, ତପନ କୁମାର ନାୟକ, ପ୍ରଫୁଲ୍ଲ କୁମାର ବିଶ୍ବାଳ, କକି ଚରଣ ମହାନ୍ତି, ଯୋଗେନ୍ଦ୍ର ପ୍ରଧାନ ପୋଲିସ ଫୋର୍ସ ସହିତ ସମୁଦ୍ର ଉପକୂଳ ଅଞ୍ଚଳ ରେ ପାଟ୍ରୋଲିଂ କରୁଥିବାବେଳେ ଏହି ଟ୍ରଲର ଟି ନିଷିଦ୍ଧାଞ୍ଚଳ ରେ ମାଛ ମାରୁଥିବା ଦେଖି ତାକୁ ଜବତ କରିଥିଲେ।


