ସମ୍ପର୍କରେ ମଧୁରତା ଆଣେ ବଂଶୀ
ମ୍ୟୁଜିକ ସମସ୍ତଙ୍କୁ ଭଲ ଲାଗେ । ବହୁ ଲୋକ ନିଜେ କିଛି ନା କିଛି ବାଦ୍ୟଯନ୍ତ୍ର ବଜାଇବାକୁ ଭଲ ପାଇଥାନ୍ତି । ଆଜିକାଲି କା ପିଲାମାନଙ୍କୁ ମ୍ୟୁଜିସିଆନ ହେବାକୁ ଅଭିଭାବକମାନେ ଉତ୍ସାହିତ କରୁଛନ୍ତି । ଯେତେ ପ୍ରକାର ବାଦ୍ୟଯନ୍ତ୍ର ଅଛି ସବୁଠାରୁ ଅଧିକ ମଧୁର ଲାଗେ ବଂଶୀର ସ୍ୱର । ବାସ୍ତୁଶାସ୍ତ୍ର ଅନୁସାରେ ଘରେ ବଂଶୀ ରଖିବା ବହୁତ ଭଲ ।
ଯେଉଁମାନେ ଘରେ ବଂଶୀ ରଖିଥାନ୍ତି ସେମାନଙ୍କ ପରିବାର ସଦସ୍ୟଙ୍କ ମଧ୍ୟରେ ପ୍ରେମ, ସଦ୍ଭାବନା ବଢ଼ିଥାଏ । ଏହା ସହ ଶ୍ରୀକୃଷ୍ଣଙ୍କ କୃପା ଦୃଷ୍ଟିରୁ ସବୁ କଷ୍ଟ ଦୂର କରିଦେଇଥାଏ ଓ ଘରକୁ ଖୁସି ଆସିଥାଏ ।
ବଂଶୀ ପ୍ରଭୁ ଶ୍ରୀକୃଷ୍ଣଙ୍କର ଅତିପ୍ରିୟ । ଏହା ଅତି ପବିତ୍ର୍ର ଓ ପୂଜନୀୟ ବୋଲି ବିଶ୍ୱାସ ରହିଛି । ବଂଶୀର ମଧୁର ସ୍ୱର ପ୍ରେମର ପ୍ରତୀକ । ଘରେ ବଂଶୀ ରଖିଲେ ଧନ ବଢ଼ିଥାଏ ବୋଲି ବିଶ୍ୱାସ ରହିଛି । ବଂଶୀର ମଧୁର ସ୍ୱର ପରିବାର ଲୋକଙ୍କ ମଧ୍ୟରେ ସମ୍ପର୍କ ନିବିଡ଼ କରିଥାଏ ।


