ସମ୍ପର୍କିୟଙ୍କ ଦଶାହ ନେଲା ନଅ ନଅଟି ଜୀବନ
ଜୟପୁର,(ଓ୍ବାଇଏନ୍ଏସ୍): ନିଜ ସମ୍ପର୍କିୟ ଙ୍କ ଦଶାହ କାମରେ ଯୋଗ ଦେଲେ ଆଉ ସବୁ କାମ ସାରି ଫେରୁଥିଲେ କିନ୍ତୁ ନିଜ ଘରକୁ ଫେରିଲେନି ହଠାତ ଏଇ ଯାତ୍ରା ସାଜିଲା ଶେଷ ଯାତ୍ରା । ଦୁର୍ଘଟଣା ରେ ଚାଲିଗଲା ନଟି ଜୀବନ ଆଉ ସବୁ ମୃତକ ହେଲେ ମହିଳା । ଛତିଶଗଡ଼ କଲଚା ଗ୍ରାମରୁ ଏକ ପିକପରେ ଆସିଥିଲେ କୋଟପାଡ ମୁର୍ତାହାଣ୍ଡି ଆଉ ଫେରିବା ବେଳକୁ ବାଟରେ ଘଟିଗଲା ଅଘଟଣ ।ଆଉ ଉଧାର ପରେ 9ଟି ମୃତ ଦେହ ମିଳିଥିବା ବେଳେ ସମସ୍ତଙ୍କୁ ଶ୍ତବ୍ଦ କରିଛି ଏହି ଘଟଣା । କୋରାପୁଟ କୋଟପାଡ ସିନ୍ଧିଗା ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଯାହା ନେଇଛି 9ଜଣଙ୍କ ଜୀବନ । କଲଚା ଗାଁରୁ CG 17KU 4623 ପିକପରେ 35ରୁ ଉର୍ଦ୍ଧ ଯାତ୍ରୀ ନିଜ କାମ ସାରିକି ଫେରିବା ବେଳେ ଭାରସାମ୍ୟ ହରାଇ ଗଛରେ ପିଟି ହୋଇ ଦୁର୍ଘଟଣା ଘଟିଥିଲା ଆଉ ସମସ୍ତ ଯାତ୍ରୀ ଛିଟିକି ପଡିଥିଲେ ।ପୋଲିସ ଓ ଅଗ୍ନିଶମ ବିଭାଗ ଉଧାର କଲାପରେ 13 ଗୁରୁତ୍ୱର ଆହତଙ୍କୁ ଜଗଦଲପୁର ଡୋରନ ପାଲ ଡାକ୍ତରଖାନାକୁ ପଠାଯାଇଛି । ସେପଟେ ନଅଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମନ୍ତ୍ରୀ ପଦ୍ମିନୀ ଦିଆନ ,,ଘଟଣା ସ୍ଥଳରେ ପହଞ୍ଚି ଆଲୋଚନା ସହ ଚିକିତ୍ସା ବ୍ୟବସ୍ଥା କରିଥିଲେ । ଛତିଶଗଡ଼ ର କିଛି ଅଧିକାରୀ ସ୍ଥାନୀୟ ପ୍ରଶାସନ ସହ ଆଲୋଚନା କରିଛନ୍ତି । ଗାଡି ଓଲଟିବା ଓ ତାପରର ଉଧାର ସ୍ତିଥି ଜଟିଳ ଥିଲା ବୋଲି କହିଛନ୍ତି ଉଧାର କାରି । ତେବେ ପୋଲିସ ପାଇଁ ଚ୍ୟାଲେଞ୍ଜ ଥିବା ବେଳେ ସମସ୍ତ ଙ୍କୁ ପରମୁହୁର୍ତରେ ସହାୟତା ନେଇ ଚିନ୍ତା କରାଯିବ କହିଛନ୍ତି ମନ୍ତ୍ରୀ ପଦ୍ମିନୀ ଦିଆନ ।