ସମ୍ପର୍କ ସେ ସମର୍ଥନ” ଅଭିଯାନ

ବାଲେଶ୍ୱର, (ସରୋଜ ପଣ୍ଡା):ଶନିବାର ଅପରାହ୍ନରେ ରେମୁଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଲିଆ ଗ୍ରାମପଞ୍ଚାୟତରେ ଭାଜପାର “ସମ୍ପର୍କ ସେ ସମର୍ଥନ” ଅଭିଯାନ କରାଯାଇଥିଲା।ଏହି ଅଭିଯାନରେ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର,ରେମୁଣାର ପୁର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଶୋଭନା ମହାନ୍ତି,ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା,ମଣ୍ଡଳ ସଭାପତି କୃଷ୍ଣ ଚନ୍ଦ୍ର ସାହା,ବାଲିଆ ସରପଞ୍ଚ ନିତାୟୀ ଚରଣ ନାୟକ,ଯୁବ ମୋର୍ଚ୍ଚା ସମ୍ପାଦକ ନାରାୟଣ ମହାନ୍ତ ସହ ଅନ୍ୟ ବରିଷ୍ଠ ନେତୃତ୍ୱ ଉପସ୍ଥିତ ଥିଲେ। “ସମ୍ପର୍କ ସେ ସମର୍ଥନ” ଅଭିଯାନ ମାଧ୍ୟମରେ ମୋଦି ସରକାରଙ୍କର ଲୋକ କଲ୍ୟାଣ ପଦକ୍ଷେପ ଓ ଉପଲବ୍ଧିକୁ ଲୋକଙ୍କ ନିକଟରେ ପହଞ୍ଚାଇବା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ