ସମ୍ପାଦକ ନା’ରେ ପୁଣି ମାଳ ମାଳ ଅଭିଯୋଗ ଆଣିଲେ ଅଭିଭାବକ ଓ ପୂର୍ବତନ କର୍ମଚାରୀ ମାନେ
ଛତ୍ରପୁର, (ଦେବଦତ୍ତ ମହାରଣା) :-ଆଜି ମଧ୍ୟ ପୁଣି ସମର୍ଥ ଆବାସିକ ସ୍ୱତନ୍ତ୍ର ବିଦ୍ୟାଳୟର ସମ୍ପାଦକ କେ.ଆନନ୍ଦ ରାଓଙ୍କ ନାମରେ ମାଳ ମାଳ ଅଭିଯୋଗ ଆଣିଛନ୍ତି ଅଭିଭାବକ ଓ ବିଦ୍ୟାଳୟର ପୂର୍ବତନ କର୍ମଚାରୀ ମାନେ । ଏପରକି ବିଦ୍ୟାଳୟରେ ରମ୍ଭା ଅଂଚଳର ସପ୍ତମ ଶ୍ରେଣୀ ଅଧ୍ୟୟନ କରୁଥିବା ଜଣେ ଦିବ୍ୟାଙ୍କ ଛାତ୍ରୀଙ୍କୁ ଏଠାରେ ସୁରକ୍ଷିତ ମନ ନକରି ପରିବାର ଲୋକ ନିଜ ଘରକୁ ନେଇଯାଇଥିବା ଦେଖିବାକୁ ମିଳିଛି । ଏହାସହିତ ଆଡମିଶନ ବେଳେ ସମ୍ପାଦକ ତାଙ୍କ ଠାରୁ ୫ହଜାର ନେଇଥିବା ସପ୍ତମ ଶ୍ରେଣୀ ଅଧ୍ୟୟନ ଥିବା ଛାତ୍ରୀଙ୍କ ମାଆ ନର୍ମଦା ନାହାକ ଅଭିଯୋଗ କରିଛନ୍ତି । ମାସକୁ ମାସ ତାଙ୍କ ଠାରୁ ୩ଶହ ଟଙ୍କା ଦେୟ ନେଇଥିବା ମଧ୍ୟ ସେ କହିଛନ୍ତି । ସେମାନଙ୍କ ପିଲାଙ୍କ ବ୍ୟାଙ୍କ ପାସବୁକ୍ ଅନ୍ୟନ୍ୟା କାଗଜ ପତ୍ର ସମ୍ପାଦକ ନିଜ ପାଖରେ ରଖିଛନ୍ତି । ଏହାକୁ ମାଗିଲେ ମଧ୍ୟ ସେମାନଙ୍କୁ ଦିଆଯାଉନାହିଁ ବୋଲି ପୋଲସରା ଅଂଚଳର ସନ୍ତୋଷ କୁମାର ଷଡଙ୍ଗୀ , ଧରାକୋଟ ଅଂଚଳର ସନ୍ତୋଷ କୁମାର ପରିଡା ଅଭିଯୋଗ କରିଛନ୍ତି । ସେମାନଙ୍କ ପିଲାମାନଙ୍କୁ ଏଠାରୁ କାଡି ଦେଇଥିଲେ ମଧ୍ୟ ଏଯାବତ ଅନୁଷ୍ଠାନ ପକ୍ଷରୁ ଟିସି ଦିଆଯାଇନାହିଁ । ଏନେଇ ବାରମ୍ବାର ମାଗିଲେ ସେମାନଙ୍କୁ ଧମକ ଦିଆଯାଉଛି ବୋଲି ଦୁହେଁ କହିଛନ୍ତି । ଅନୁଷ୍ଠାନ ସମ୍ପାଦକଙ୍କ ଦ୍ୱାରା ନିର୍ଯ୍ୟାତନାର ଶୀକାର ହୋଇଥିବା ପୂର୍ବତନ କର୍ମଚାରୀ ସତ୍ୟନାରାୟଣ ଦାଶ କହିଛନ୍ତି ଯେ ଗତ କିଛି ବର୍ଷ ତଳେ ସମର୍ଥ ଅନୁଷ୍ଠାନରେ ବିଭିନ୍ନ ଯୈାନ କେଳଙ୍କାରୀ ହେଉଥିବା ଜାଣିବା ପରେ ସେ ଏସମ୍ପର୍କରେ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଯାହାଫଳରେ ଅନୁଷ୍ଠାନ ସମ୍ପାଦକ ତାଙ୍କୁ ବିତାଡିତ କରିଦେଇଥିଲେ । ସ୍କୁଲ କୁ ପିଲାଙ୍କ ସଂଖ୍ୟା କେତେ ଅଛନ୍ତି ବୋଲି ପ୍ରଶାସନିକ ଅଧିକାରୀ ମାନେ ପରିଦର୍ଶନ ଆସିଲା ବେଳେ ଅନ୍ୟ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ସମର୍ଥ ଅନୁଷ୍ଠାନ ଅଣାଯାଇ ଦେଖାଯାଉଥିଲା । ଏହାସହିତ ପିଲାମାନଙ୍କ ନିମ୍ନମାନର ଖାଦ୍ୟ ଯୋଗାଦିଆଯାଉଥିଲ।। ଏହାକୁ ଆମେ ବିରୋଧ କଲେ ଆମକୁ ବିଭିନ୍ନ ଧମକ ଦିଆଯାଉଥିଲ।। ଯେହେତୁ ସେ ଜଣେ ଦିବ୍ୟାଙ୍ଗ ସେଥିପାଇଁ ଆମେ ମଧ୍ୟ ଭୟଭୀତ ରହୁଥିଲୁ । ଏବେ ଆମ ସମସ୍ତେ ଏକାଠି ନ୍ୟାୟ ନିମନ୍ତେ ଆଗକୁ ଆସିଛୁ ବୋଲି ସତ୍ୟ ନାରାୟଣ ଦାଶ ନିଜ ପ୍ରତିକ୍ରୀୟାରେ କହିଛନ୍ତି । ସବୁବେଳେ ବିଦ୍ୟାଳୟରେ କମ୍ ସଂଖ୍ୟକ ପିଲା ରହୁଥିଲେ ମଧ୍ୟ ଅନୁଷ୍ଠାନର ସମ୍ପାଦକ ଅଧିକ ପିଲା ଦର୍ଶାଇ ଅର୍ଥ ଲୁଟିଆସୁଛନ୍ତି ବୋଲି ମଧ୍ୟ ବହୁ ଅଭିଭାବକ ଓ ପୂର୍ବତନ କର୍ମଚାରୀ ମାନେ କହିଛନ୍ତି । ଏଭଳି କରୋନା ମହାମାରୀ ସମୟରେ ପିଲାଙ୍କ ନିମନ୍ତେ ଆସିଥିବା ଟଙ୍କା ମଧ୍ୟ ହରିଲୁଟ କରିଛନ୍ତି ବୋଲି ସେମାନେ କହିଛନ୍ତି । ଯେହେତୁ ସମସ୍ତ ପିଲା ବ୍ୟାଙ୍କ ପାସବୁକ ଓ ଚେକ୍ ତାଙ୍କ ପାଖରେ ରହୁଛି । ସୂଚନା ମୁତାବକ ସମର୍ଥ ଆବାସିକ ସ୍ୱତନ୍ତ୍ର ବିଦ୍ୟାଳୟ ର ଶିକ୍ଷୟତ୍ରୀ ଏବଂ କର୍ମଚାରୀଙ୍କ ସହ ଶାରିରୀକ ସମ୍ପର୍କ ରଖିବାକୁ ବାଧ୍ୟ କରିବା ସହ ପିଲାଙ୍କ ପାଇଁ ଆସୁଥିବା ଟଙ୍କା ଆତ୍ମସାତ୍ କରୁଛନ୍ତି । ୧୧୪ ଜଣ ଦିବ୍ୟାଙ୍ଗ ପିଲାଙ୍କ ନାମରେ ୧୭୬୦ ଟଙ୍କା ମାସିକ ଆସୁଥିବା ବେଳେ କମ ପିଲା ରଖି ତାଙ୍କ ନାମରେ ଆସୁଥିବା ଅନୁଦାନ କୁ ହରିଲୁଟ କରୁଥିବା ଅଭିଯୋଗ ନେଇ ସୋମବାର ବିଦ୍ୟାଳୟର ଅନ୍ୟ ଶିକ୍ଷକ ଓ କର୍ମଚାରୀ ମାନେ ଗଂଜାମ ଜିଲ୍ଲାପାଳ ଓ ଏସପି ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ରେ ଜିଲ୍ଲାପାଳ ଭେଟି ଅନୁଷ୍ଠାନର ସମ୍ପାଦକ କେ .ଆନନ୍ଦ ରାଓଙ୍କ ନାମରେ ଅଭିଯୋଗ କରିଛନ୍ତି । ଖାଲି ସେତିକି ନୁହେଁ, କରୋନା ସମୟରେ ପିଲାଙ୍କ ପାଇଁ ଆସିଥିବା ଟଙ୍କା, ବିଦ୍ୟାଳୟ ଶିକ୍ଷକଙ୍କ ମନ ଇଚ୍ଛା ଦରମା ବନ୍ଦ କରିବା, ଶିକ୍ଷକଙ୍କୁ ଘର ତିଆରି କାମରେ ଲଗାଇବା, ଶିକ୍ଷକ ମାନଙ୍କୁ ଶାରିରୀକ, ମାନସିକ ନିର୍ଯ୍ୟାତନା ବେଆଇନ ଭାବେ ପିଲାଙ୍କ ଠାରୁ ୧୭୦୦ ଟଙ୍କା ଆଡମିସନ ଫି ବାବଦକୁ ନେଉଥିବା ନେଇ ମଧ୍ୟ ସେମାନେ ଅଭିଯୋଗ କରିଛନ୍ତି । ଏହା ସହିତ ବିଦ୍ୟାଳୟର ମହିଳା କେରଟେକର ଓ କର୍ମଚାରୀମାନଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦିଆଯାଉଥିବା ନେଇ ଛତ୍ରପୁର ଥାନା ରେ ମଧ୍ୟ ଜଣେ ମହିଳା ସମ୍ପାଦକ ଶ୍ରୀ ରାଓଙ୍କ ନାମରେ ଏତଲା ପ୍ରଦାନ କରିଥିଲେ । ଅନ୍ୟ ପକ୍ଷରେ ସମସ୍ତ ଅଭିଯୋଗ ଗୁଡିକ ସମ୍ପର୍ଣ୍ଣ ମିଥ୍ୟା ବୋଲି ସମର୍ଥ ଆବାସିକ ସ୍ୱତନ୍ତ୍ର ବିଦ୍ୟାଳୟର ସମ୍ପାଦକ କେ. ଆନନ୍ଦ ରାଓ କହିଛନ୍ତି ।


