ନୃସିଂହ ଅବତାରରେ ଦର୍ଶନ ଦେଲେ ଶ୍ରୀଜିଉ

ଛତ୍ରପୁର, (ଦେବଦତ୍ତ ମହାରଣା) :-ଛତ୍ରପୁର ମଝି ବଜାର ସ୍ଥିତ ଆଡପ ମଣ୍ଡପରେ ପ୍ରଭୁ ଶ୍ରୀ ଜଗନ୍ନାଥ ନୃସିଂହ ଅବତାରରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ଏହି ବେଶ ଦର୍ଶନ କରିବା ଲାଗି ଛତ୍ରପୁର ଏବଂ ଆଖ ପାଖ ଅଂଚଳରୁ ବହୁ ଶ୍ରଦ୍ଧାଳୁ ଆଡପ ମଣ୍ଡପକୁ ଆସି ଶ୍ରୀଜଗନ୍ନାଥଙ୍କ ଏହି ବେଶକୁ ଦର୍ଶନ କରିଛନ୍ତି । ସକାଳୁ ସକାଳୁ ଆଡପ ମଣ୍ଡପରେ ବିଜେ କରିଥିବା ଶ୍ରୀ ଜିଉଙ୍କୁ ରିତୀନିତୀ ଅନୁଯାୟୀ ପୂଜାର୍ଚ୍ଚନା କରାଯାଇ ମଧ୍ୟାହ୍ନ ଭୋଗ କରାଯାଇଥିଲା । ପରେ ଅପରାହ୍ନରେ ଜଗନ୍ନାଥଙ୍କୁ ନୃସିଂହ ଅବତାରରେ ସୁସଜ୍ଜିତ କରାଯାଇଥିଲା । ଅନ୍ୟପଟେ ଆଜି ହେରାପଂଚମୀ ଥିବାରୁ ତାଡେପଲ୍ଲୀ ସାହି ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରରୁ ଏକ ରଥ ଯୋଗେ ମହାଲକ୍ଷ୍ମୀଙ୍କୁ ଏକ ଶୋଭାଯାତ୍ରାରେ ଆଡପ ମଣ୍ଡପକୁ ଅଣାଯାଇଥିଲା । ସେଠାରେ ରିତୀନିତୀ ପ୍ରକାରେ ମା ଲକ୍ଷ୍ମୀକୁ ପୂଜାର୍ଚ୍ଚନା କରାଯାଇ ରଥ ଭଙ୍ଗା ନିତୀ ପାଳନ କରାଯାଇଥିଲା । ସୂଚନା ଯୋଗ୍ୟ ଯେ, ରଥ ଯାତ୍ରା ଠାରୁ ବାହୁଡା ଯାତ୍ରା ପର୍ଯ୍ୟନ୍ତ ପ୍ରଭୁ ଜଗନ୍ନାଥ ଦଶ ଅବତାରରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ତେବେ ମଙ୍ଗଳବାର ଶ୍ରୀ ଜଗନ୍ନାଥଙ୍କ ନୃସିଂହ ଅବତାର ଦର୍ଶନ କରିବା ଲାଗି ବହୁ ଶ୍ରଦ୍ଧାଳୁ ମନ୍ଦିର ପରିସରରେ ଭିଡ ଜମାଇଥିଲେ । ମଝିବଜାର ସ୍ଥିତ ଆଡପ ମଣ୍ଡପ ପରିସରରେ ମହାଶକ୍ତି ବଣିକ ସଂଘ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ