ସମ୍ବାଦ ସାହିତ୍ୟ ଘର ଭଞ୍ଜନଗର ତରଫରୁ ଶୀତ ବସ୍ତ୍ର ଓ ଫଳ ବଣ୍ଟନ

ଭଞ୍ଜନଗର,(ସନ୍ତୋଷ କୁମାର ଜେନା): ମଙ୍ଗଳବାର ଦିନ ସମ୍ବାଦ ସାହିତ୍ୟ ଘର ଭଞ୍ଜନଗର ତରଫରୁ ଗରୀବ ଓ ଅସହାୟ ଲୋକଙ୍କୁ ବାହାଡାପଦର ଠାରେ ଅନୁଷ୍ଠିତ ସାହିତ୍ୟ ଆସରରେ ଶୀତ ବସ୍ତ୍ର ଓ ଫଳ ବଣ୍ଟନ କରାଯାଇଛି |ଏହି ଅବସରରେ ସାହିତ୍ୟ ଘରର ସଭାପତି ପ୍ରାକ୍ତନ ଅଧ୍ୟକ୍ଷ କୃତିବାସ ବିଶ୍ବାଳ,ଉପ ସଭାପତି ନେତାଜୀ ବିଷୋୟୀ, ଦୁଇଜଣ ପ୍ରମୁଖ ଉପଦେଷ୍ଟା ଶୁଳପାଣୀ ଶତପଥୀ ,ମନୁନନ୍ଦ ପତି, ସଂପାଦକ ସନ୍ତୋଷ ଜେନା,ସହ ସଂପାଦକ ଡକ୍ଟର ଗୁରୁମୂର୍ତ୍ତୀ ନାୟକ,କୋଷାଧ୍ୟକ୍ଷ ତ୍ରିନାଥ ବେହେରା,ସଂଗଠନ ସଂପାଦକ ବିଶ୍ବମ୍ବର ଜେନା ,ବରିଷ୍ଠ ସଦସ୍ୟ ଜଗବନ୍ଧୁ ଜେନାଙ୍କ ସମେତ ନିମନ୍ତ୍ରିତ ଅତିଥି ସଂସ୍କୃତି ଗବେଷକ ସୁରେନ୍ଦ୍ରନାଥ ଶତପଥୀ ,ପ୍ରସନ୍ନ କୁମାର ପ୍ରଧାନ, ପଞ୍ଚାନନ ପାଳ ଏବଂ ସମସ୍ତ ସଦସ୍ୟ,ସଦସ୍ୟାଙ୍କ ଉପସ୍ଥିତିରେ ଏହି ଅଞ୍ଚଳର ପଚାଶରୁ ଉର୍ଦ୍ଧ୍ବ ଅସହାୟ ଗରୀବ ଲୋକଙ୍କୁ କମ୍ବଳ ଓ ଫଳ ବଣ୍ଟନ କରାଯାଇଥିଲା ା ଭଞ୍ଜନଗର ସମ୍ବାଦ ସାହିତ୍ୟ ଘର ସାହିତ୍ୟ ଚର୍ଚ୍ଚା କରିବା ସହ ଘୁମୁସର ତଥା ଓଡିଶାର କଳା,ସଂସ୍କୃତି,ପରମ୍ପରାକୁ ବଜାୟ ରଖିବା ସହ ସମାନ୍ତରାଳ ଭାବରେ ସମାଜ ସେବା ମଧ୍ୟ ଜାରୀ ରଖିଥିବାରୁ ଉପସ୍ଥିତ ନିମନ୍ତ୍ରିତ ଅତିଥିଗଣ ଭୂୟସୀ ପ୍ରଶଂସା କରିଥିଲେ ାା ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଡାକ୍ତର ସିମାଞ୍ଚଳ ପତି ଓ ସୁଦାମ ଦଳବରା ନିଜ ସ୍ବରଚିତ କବିତା ପାଠ କରିଥିବା ବେଳେ ବାହାଡାପଦରର ଗାୟତ୍ରୀ ପରିବାର ତରଫରୁ ଶାନ୍ତିପାଠ ସହ ସମସ୍ତ ସଦସ୍ୟଙ୍କ ହାତରେ ଗାୟତ୍ରୀ ଧାଗା ବନ୍ଧାଯାଇଥିଲା ା ବାହାଡାପଦର ଏକ ଐତିହ୍ୟ ସଂପର୍ଣ୍ଣ ଗାଁ ା ଏହାର ସୀମାକୁ ଲାଗିଥିବା ବିଞ୍ଝଗିରୀ ବୀର ଚକରା ବିଷୋୟୀ ,ଦୋହରା ବିଷୋୟୀ ଙ୍କ ଜନ୍ମ ସ୍ଥାନ ା ଏଠାରେ ଥିବା ଝିଲିମିଲି ଘାଇ ଓ ଅରଣ୍ୟରେ ଅଦ୍ୟପି ଅନେକ ପୁରାତନ ସ୍ମୃତିରାଜୀ ଦେଖିବାକୁ ମିଳେ ା ଏଣୁ ଏହାକୁ ଏକ ପର୍ଯ୍ୟଟନ ସ୍ଥଳୀର ରୂପ ଦେବାକୁ ଏହା ସମ୍ବନ୍ଧୀୟ ଅଧିକ ଗବେଷଣା ଓ ସରକାରୀ ସହାୟତ ର ଆବଶ୍ୟକ ଥିବା ମଞ୍ଚାସୀନ ବକ୍ତାଗଣ ମତ ପ୍ରଦାନ କରିଥିଲେ ା ଏହି ଅବସରରେ ଏକ ନୂତନ ଅନୁଷ୍ଠାନ ଯାହାର ନାମ ଘୁମୁସର ବିଦ୍ରୋହ ସ୍ମୃତି ପରିଷଦ ଗଠନ କରି ଏହା ମାଧ୍ୟମରେ ଅଧିକ ପ୍ରୟାସ ଜାରୀ ରଖିବାକୁ ମତ ପ୍ରକାଶ ପାଇଥିଲା ା ସେହିପରି ସଂପାଦକ ସନ୍ତୋଷ ଜେନାଙ୍କ ବାସଭବନ ଅନ୍ତର୍ଗତ ନବନିର୍ମିତ କମ୍ୟୁନିଟି ହଲ କୁ ମଧ୍ୟ ଚକରା ବିଷୋୟୀ କନଫରେନସ ହଲ ନାମରେ ଏହି ଅବସରରେ ନାମିତ କରାଯାଇଥିଲା ା ସମ୍ବାଦ ସାହିତ୍ୟ ଘର କେବଳ ସହରରେ ଆବଦ୍ଧ ନ ରହି ଗ୍ରାମାଞ୍ଚଳରେ ମଧ୍ୟ ଏପରି ସ୍ବତନ୍ତ୍ର ଆସର ଅନୁଷ୍ଠିତ କରୁଥିବା ହେତୁ ଓ ସାହିତ୍ୟ ଚର୍ଚ୍ଚାକୁ ଗ୍ରାମ୍ୟ ପରିବେଶରେ ସର୍ବସାଧାରଣରେ ପ୍ରଦର୍ଶନ କରାଇ ଲୋକଙ୍କ ମଧ୍ୟରେ ନିଜ ଭାଷା ପ୍ରୀତି,ଜାତି ପ୍ରୀତି ବଢାଉଥିବାରୁ ଉପସ୍ଥିତ ଗ୍ରାମବାସୀ, ବୁଦ୍ଧିଜୀବୀ ମାନଙ୍କ ତରଫରୁ ଭୂୟସୀ ପ୍ରଶଂସା କରାଯାଇଥିଲା | କାର୍ଯ୍ୟକ୍ରମରେ ସଦସ୍ୟ ମାନଙ୍କ ମଧ୍ୟରେ ପଦ୍ମନାଭ ପ୍ରଧାନ,ଅଶୋକ ସ୍ବାଇଁ,ଗଙ୍ଗାଧର ଦାଶ,ଦେବରାଜ ଷଢଙ୍ଗୀ,ଅଜିତ କୁମାର ତ୍ରିପାଠୀ,ରବି ନାରାୟଣ ମହାନ୍ତି, ବାଳକୃଷ୍ଣ ପଟ୍ଟନାୟକ, ଚିନ୍ମୟ କୁମାର ବେବର୍ତ୍ତା,ସୁବାସ ଚନ୍ଦ୍ର ତାରିଣୀ ସଦସ୍ୟାମାନଙ୍କ ମଧ୍ୟରେ ଜୋତ୍ସା ଦେବୀ,ଡାକ୍ତର ଗାୟତ୍ରୀ ସାହୁ,ସୁଜାତା ସିଂ,ପ୍ରଭାତୀ ମଞ୍ଜରୀ ବେହେରା ପ୍ରମୁଖ ଉପସସ୍ଥିତ ରହି ଅଂଶ ଗ୍ରହଣ କରିଥିଲେ | ମୋନାଲିସା ମହାରଣା,ତପସ୍ବିନୀ ବାଡତ୍ୟା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ