ସମ୍ବାଦ ସାହିତ୍ୟ ଘର ଭଞ୍ଜନଗର ତରଫରୁ ଭଞ୍ଜ ଜୟନ୍ତୀ ପାଳନ
ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଗଞ୍ଜାମ ଜିଲ୍ଲାର ଭଞ୍ଜନଗରସ୍ଥିତ ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟ ଠାରେ ସମ୍ବାଦ ସାହିତ୍ୟ ଘର ଭଞ୍ଜନଗର ତରଫରୁ ଭଞ୍ଜ ଜୟନ୍ତୀ ପାଳନର ପଞ୍ଚମ ଦିବସ ଅନୁଷ୍ଠିତ ହୋଇଯାଇଛି ଏଥିରେ ସାହିତ୍ୟ ଘରର ସଭାପତି ପ୍ରଫେସର କୃତିବାସ ବିଶ୍ବାଳ ସଭାପତିତ୍ବ କରିଥଲା ବେଳେ କାର୍ଯ୍ୟକ୍ରମକୁ ସଂଯେଜନା କରିଥଲେ ସଂପାଦକ ସନ୍ତୋଷ ଜେନା ଉପଦେଷ୍ଟା ମନୁନନ୍ଦ ପତି,ସହ ସଂପାଦକ ଡକ୍ଟର ଗୁରୁମୂର୍ତ୍ତୀ ନାୟକ, କୋଷାଧ୍ୟକ୍ଷ ତ୍ରିନାଥ ବେହେରା, ବରିଷ୍ଠ ସଦସ୍ୟ ସୁବାସ ଚନ୍ଦ୍ର ତାରିଣୀ, ସଦସ୍ୟା ଡାକ୍ତର ଗାୟତ୍ରୀ ସାହୁ, ରୀନା ସେଠୀ ପ୍ରମୁଖ ଭଞ୍ଜ ଙ୍କ ସମ୍ବନ୍ଧୀୟ ନାନା ଅନାଲୋଚିତ ତଥ୍ୟ ଛାତ୍ର ଛାତ୍ରୀମାନଙ୍କ ଆଗରେ ଉପସ୍ଥାପନ କରିଥିବା ବେଳେ ପ୍ରଧାନ ଶିକ୍ଷକ ଉମାକାନ୍ତ ନାହାକ, ସହକାରୀ ଶିକ୍ଷକ ଶ୍ୟାମା ପ୍ରସାଦ ମିଶ୍ର ଓ ସମସ୍ତ ଷ୍ଟାଫ ଉପସ୍ଥିତ ରହି ସହଯୋଗ କରିଥିଲେ ଶେଷରେ ସଂଗଠନ ସଂପାଦକ ବିଶ୍ବମ୍ବର ଜେନା ଧନ୍ୟବାଦ ଅର୍ପଣ କରିଥିଲେ