ଶିବ ସନ୍ଦେଶ ଅଭିଯାନ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଭଞ୍ଜନଗରସ୍ଥ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ,ଶାନ୍ତି ସ୍ରୋତ ଭବନ ତରଫରୁ ଶିବ ଜୟନ୍ତୀ ଉପଲକ୍ଷେ ଏକ ଶିବ ସନ୍ଦେଶ ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ ଆଜି ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଭଞ୍ଜନଗର ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ନରି ସଭା ନାଇକ ଓ ଉପାଧ୍ୟକ୍ଷ ଶ୍ରୀମତୀ ରାଜଲକ୍ଷ୍ମୀ ପ୍ରଧାନଙ୍କ କରକମଳରେ ଶିବ ସନ୍ଦେଶ ଅଭିଯାନ ରଥ ଉଦ୍ଘାଟନ ହୋଇଯାଇଛି।ଏହି ଅଭିଯାନ ରଥ ଏକ ସପ୍ତାହ ବ୍ୟାପୀ ଉକ୍ତ ବ୍ଲକର ୨୨ଟି ଗ୍ରାମ ପଞ୍ଚାୟତର ସମସ୍ତ ଗ୍ରାମକୁ ପରିକ୍ରମା କରିବ । ଚଳିତ ମାସର ୧୬.୦୨.୨୩ଠାରୁ ୧୮.୦୨.୨୩ ପର୍ଯ୍ଯନ୍ତ ତିନି ଦିନ ବାଗ୍ଦେବୀ ରୋଡସ୍ଥ ନିଳାଦ୍ରୀ ବିହାର-୨ ଲାଇନରେ ଅନୁଷ୍ଠିତ ହେବାକୁ ଥିବା ଦ୍ୱାଦଶ ଜ୍ୟୋତିର୍ଲିଙ୍ଗର ଦିବ୍ୟ ଦର୍ଶନ,ବିଶ୍ବ ନବ ନିର୍ମାଣର ଆଧ୍ୟାତ୍ମିକ ଚିତ୍ର ପ୍ରଦର୍ଶନ, ଚୈତନ୍ୟ ଝାଙ୍କି ସହିତ ଲେଜର ସୋ ର କାର୍ଯ୍ୟକ୍ରମକୁ ଉପଭୋଗ କରିବା ପାଇଁ ମୁଖ୍ୟ ସଞ୍ଚାଳିକା ରାଜଯୋଗିନୀ ବ୍ରହ୍ମା କୁମାରୀ ସନ୍ତୋଷିନୀ ଭଉଣୀ ଉକ୍ତ ବ୍ଲକର ସମସ୍ତ ଆଧ୍ୟାତ୍ମିକ ପ୍ରେମୀଙ୍କୁ ଈଶ୍ୱରୀୟ ନିମନ୍ତ୍ରଣ ପ୍ରଦାନ ପୂର୍ବକ ସୁଖଶାନ୍ତି ପ୍ରାପ୍ତି କରିବାପାଇଁ ଆହ୍ୱାନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ