ସମ୍ବାଦ ସାହିତ୍ୟ ଘର ଭଞ୍ଜନଗର ତରଫରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମ ଜୟନ୍ତୀ ତଥା ସ୍ବାଭିମାନ ଦିବସ ପାଳିତ
ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଭଞ୍ଜନଗର ସହରର ଉପକଣ୍ଠରେ ରହିଥିବା ଜାମପଲ୍ଲୀ ଛକ ନିକଟସ୍ଥ କାଳଞ୍ଜି ସମାଜ ଗୃହ ଠାରେ ଓଡିଶାର ବରପୁତ୍ର ତଥା ସ୍ବାଭିମାନ ପୁରୁଷ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମ ଜୟନ୍ତୀ ତଥା ସ୍ବାଭିମାନ ଦିବସ ପାଳିତ ହୋଇଯାଇଛି | ଏଥିରେ ସାହିତ୍ୟ ଘରର ସଭାପତି ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର କୃତିବାସ ବିଶ୍ବାଳ ସଭାପତିତ୍ବ କରିଥିବା ବେଳେ ଉପସଭାପତି ନେତାଜୀ ବିଷୋୟୀ, ଦୁଇ ଜଣ ଉପଦେଷ୍ଟା ମନୁନନ୍ଦ ପତି ଏବଂ ଜଗବନ୍ଧୁ ଜେନା ଙ୍କ ସମେତ ସଂପାଦକ ସନ୍ତୋଷ ଜେନା ,ସହ ସଂପାଦକ ଡକ୍ଟର ଗୁରୁମୂର୍ତ୍ତୀ ନାୟକ ପ୍ରମୁଖ ମଞ୍ଚାସୀନ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ | କୋଷାଧ୍ୟକ୍ଷ ତ୍ରିନାଥ ବେହେରା ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଆଲୋଚନା ରେ ଅଂଶ ଗ୍ରହଣ କରିବା ସହ କବିତା ପାଠ କରିଥିଲେ କବି ଅଜିତ କୁମାର ତ୍ରିପାଠୀ, ସୁବାସ ଚନ୍ଦ୍ର ତାରିଣୀ, କୁମାର କାର୍ତ୍ତିକେଶ୍ବର ପ୍ରଧାନ, ସାଂସ୍କୃତିକ ସଂପାଦିକା ରୀତାରାଣୀ ମହାପାତ୍ର, କଳ୍ପନା ପ୍ରଧାନ, ଦିପ୍ତାଂଶୁ ପ୍ରଭା ଦେବୀ,ବିଜୟ କୁମାର ବେହେରା,ରାମଚନ୍ଦ୍ର ମହାରଣା ପ୍ରମୁଖ ସଦସ୍ୟ ସଦସ୍ୟା ବୃନ୍ଦ |ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ସଂପାଦକ ସନ୍ତୋଷ ଜେନା |କାର୍ଯ୍ୟକ୍ରମ ଶେଷରେ ସଂଗଠନ ସଂପାଦକ ବିଶ୍ବମ୍ବର ଜେନା ଧନ୍ୟବାଦ ଅର୍ପଣ କରିଥିଲେ |