ଟ୍ରକ ଧକ୍କାରେ ଭାଙ୍ଗିଲା ବିରଞ୍ଚି ନାରାୟଣ ମନ୍ଦିରର ଅରୁଣ ସ୍ତମ୍ଭ

ବୁଗୁଡା,(ଅନିଲ କୁମାର ମହାରଣା):ଭଞ୍ଜ ରାଜବଂଶ ଦ୍ୱାରା ବୁଗୁଡ଼ାରେ ପ୍ରତିଷ୍ଠିତ କାଷ୍ଠ କୋଣାର୍କ ବା ବିରଞ୍ଚିନାରାୟଣ ମନ୍ଦିରର ଅରୁଣ ସ୍ତମ୍ଭ ଭାଙ୍ଗି ଯାଇଥିବା ଜଣାପଡିଛି। ଖବର ନେବାରେ ଜଣାପଡ଼ିଛି ଯେ ରାତ୍ର ସମୟରେ ଏକ ଟ୍ରକ ବୁଗୁଡା ବଡଦାଣ୍ଡ କୁ ପ୍ରବେଶ କରିଥିଲା। ବୁଗୁଡା ବଡ ଦାଣ୍ଡରେ ପଞ୍ଚ ଠାକୁରାଣୀ ଯାତ୍ରା ଚାଲିଥିବା ଯୋଗୁଁ ଆଗକୁ ଯିବାପାଇଁ ରାସ୍ତା ବନ୍ଦ ଥିଲା। ଟ୍ରକଟି ଅନ୍ୟ ରାସ୍ତା ଦେଇ ଯିବା ବଦଳରେ ଏହି ରାସ୍ତା ଦେଇ ଆସିଥିଲା । ସେଠାରୁ ଗାଡ଼ି ପଛକୁ ଫେରିବା ସମୟରେ ଗାଡ଼ିର ପଛପଟ ଅରୁଣ ସ୍ତମ୍ଭ ସହ ଧକ୍କା ହୋଇଥିଲା। ଫଳରେ ଅରୁଣ ସ୍ତମ୍ଭଟି ଭାଙ୍ଗି ଯାଇଥିଲା। ବିରଞ୍ଚିନାରାୟଣ ମନ୍ଦିର ମଠାଧିଶ ଭକ୍ତରାମ ଦାସ ଓ ବୁଗୁଡା ଏନଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଏହାର ପୁନଃ ନିର୍ମାଣ କରାଯିବ ବୋଲି ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ