ସମ୍ବିଧାନ ସୁରକ୍ଷା ଓ ଗଣତନ୍ତ୍ର ବଞ୍ଚାଇ ରଖିବାକୁ ସଚେତନ ଭାବରେ ଭୋଟଦାନ ପାଇଁ ବି·ର ମଞ୍ଚର ଆହ୍ୱାନ

ସାମାଜିକ ନ୍ୟାୟ ପାଇଁ କାର୍ଯ୍ୟରତ ରାଜ୍ୟର ଅନ୍ୟତମ ଅଗ୍ରଣୀ ଗଣସଂଗଠନ ‘ଆମ୍ବେଦକର ଲୋହିଆ ବି·ର ମଞ୍ଚ’ ପକ୍ଷରୁ ସମ୍ପ୍ରତି ଅନୁଷ୍ଠିତ ହେଉଥିବା ନିର୍ବାଚନ ଅବସରରେ ରାଜ୍ୟର ସମସ୍ତ ଜନସାଧାରଣଙ୍କୁ ସଚେତନ ଭାବରେ ‘ଭୋଟ ଦାନ’ ଅଧିକାର ସାବ୍ୟସ୍ତ କରିବାକୁ ଆହ୍ୱାନ ଦିଆଯାଇଛି । ସମ୍ବିଧାନର ସୁରକ୍ଷା ଓ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ବଞ୍ଚାଇ ରଖିବାକୁ ଏହା ଏକାନ୍ତ ଜରୁରୀ ବୋଲି ମଞ୍ଚ ପକ୍ଷରୁ କୁହାଯାଇଛି । ପୂର୍ବାହ୍ନରେ ଲୋହିଆ ଏକାଡ଼େମୀଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ବି·ର ମଞ୍ଚ ପକ୍ଷରୁ ଦେଶରେ ସାମ୍ପ୍ରତିକ ନିର୍ବାଚନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଇ ଏହାର ଫଳାଫଳ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥା ତଥା ସମ୍ବିଧାନର ସୁରକ୍ଷା ପାଇଁ ନିର୍ଣ୍ଣାୟକ ହେବ ବୋଲି ଚେତାଇ ଦିଆଯାଇଛି । ଗତବର୍ଷ ଗୁଡ଼ିକରେ ଦେଶର ସମ୍ବିଧାନର ମୌଳିକ ଢାଞ୍ଚାକୁ ପରିବର୍ତ୍ତନ କରିବାକୁ ଉଦ୍ୟମ କରାଯାଇଛି । ଦେଶରେ ପ୍ରଚଳିତ ଅର୍ଥନୀତି ଅସମତାକୁ ବୃଦ୍ଧି କରୁଛି; ଫଳରେ ଧନୀ ଓ ଦରିଦ୍ରମାନଙ୍କ ମଧ୍ୟରେ ଦୂରତ୍ୱ ବଢି·ଲିଛି । ଦେଶର ୭୩% ସମ୍ପତ୍ତି ମାତ୍ର ୧ ପ୍ରତିଶତ ବ୍ୟକ୍ତିଙ୍କ ନିକଟରେ ଠୁଳ ହୋଇଛି, ଯାହା ସମ୍ବିଧାନର ୩୯ (ଗ) ଧାରାକୁ ଉଲଂଘନ କରୁଛି । ଜାତି ଓ ଧର୍ମ ନାମରେ ହିଂସା ବଢି ବଢି ·ଲିଛି ଓ ଶାସନରେ ଥିବା ବ୍ୟକ୍ତିମାନେ ଏଭଳି ଅପକର୍ମ କରୁଥିବା ଅପରାଧୀମାନଙ୍କୁ ସମ୍ମାନିତ କରି ପ୍ରୋତ୍ସାହିତ କରୁଛନ୍ତି । ଭିଡ଼ ହିଂସା (ଗକ୍ଟଭ କ୍ଷଚ୍ଚଦ୍ଭମଷସଦ୍ଭଶ) ଜରିଆରେ ବିଭିନ୍ନ ବ୍ୟକ୍ତିମାନଙ୍କୁ ସର୍ବ ସମ୍ମୁଖରେ ହତ୍ୟା କରାଯାଉଛି; ନାରୀ ଓ ଶିଶୁମାନଙ୍କୁ ନିର୍ଯ୍ୟାତିତ ଓ ହତ୍ୟା କରାଯାଉଛି । ଖଣି, ଜଙ୍ଗଲ ତଥା ଅନ୍ୟାନ୍ୟ ପ୍ରାକୃତିକ ସମ୍ପଦର ଅବାରିତ ଦହନ କରାଯାଉଛି । ଜନ ସାଧାରଣଙ୍କ ମୌଳିକ ଅଧିକାର ସମୂହ ସଙ୍କୁଚିତ ହୋଇ·ଲିଛି । ଏହି ଦୃଷ୍ଟିରୁ ପ୍ରତ୍ୟେକ ସାବାଳକ ନାଗରିକ ଚଳିତ ନିର୍ବାଚନରେ ସଚେତନ ଭାବରେ ଭୋଟଦାନ କରିବାକୁ ନିବେଦନ କରାଯାଉଛି । କୌଣସି ବ୍ୟକ୍ତିବିଶେଷ କିମ୍ବା ରାଜନୈତିକ ଦଳର ପ୍ର·ରରେ ବିଭ୍ରାନ୍ତ ନହୋଇ ସାମାଜିକ ନ୍ୟାୟ, ଧର୍ମୀୟ ସଦ୍ଭାବନା ଓ ଭାଇ·ରା ପ୍ରତିଷ୍ଠା କରିବା ପାଇଁ ତଥା ଗଣତନ୍ତ୍ର ଓ ସମ୍ବିଧାନର ମୌଳିକ ଢାଞ୍ଚାକୁ ସୁରକ୍ଷା ଦେବାକୁ ଅଙ୍ଗୀକାରବଦ୍ଧ ଓ ନିଜର କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରମାଣିତ କରିଥିବା ଦଳକୁ ଭୋଟ ଦେବାକୁ ନିବେଦନ କରାଯାଉଛି । କୌଣସି ପ୍ରାର୍ଥୀଙ୍କ ପ୍ରତିବଦ୍ଧତା ଉପରେ ଆଶଙ୍କା ପ୍ରକାଶ ପାଇଲେ ନୋଟା (ଘଙଞଇ)ରେ ଭୋଟ ଦେବାକୁ ନିବେଦନ କରାଯାଉଛି । ଏ ସମ୍ପର୍କରେ ମଞ୍ଚର ସର୍ବୋଚ୍ଚ ନୀତି ନିୟନ୍ତ୍ରକ ‘ରାଜ୍ୟ କମିଟି’ ବୈଠକ ଗତ ୩୧.୩.୨୦୧୯ରିଖରେ ଅନୁଷ୍ଠିତ ହୋଇ ଉପରୋକ୍ତ ନିଷ୍ପତ୍ତି ନିଆଯାଇଛି । ଏହି ପ୍ରସଙ୍ଗରେ ବି·ର ମଞ୍ଚ ପକ୍ଷରୁ ବିଭିନ୍ନ ଜିଲ୍ଲା ତଥା ଗ୍ରାମାଞ୍ଚଳରେ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯିବାକୁ ସ୍ଥିର କରାଯାଇଛି । ବୈଠକରେ ବି·ର ମଞ୍ଚର ପ୍ରତିଷ୍ଠାତା ସାଧାରଣ ସମ୍ପାଦକ ତଥା ବର୍ତ୍ତମାନର ରାଜ୍ୟ କମିଟିର ସଦସ୍ୟ ପ୍ରାକ୍ତନ ସାଂସଦ ମୋହନ ଜେନା ବିଜେପିରେ ଯୋଗ ଦେଇଥିବାରୁ ତାଙ୍କୁ ମଞ୍ଚରୁ ବହିଷ୍କାର କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ