ଆର୍ଥିକ ସହାୟତା ଅଟକାଇଲା ବିଶ୍ୱ ବ୍ୟାଙ୍କ

ପାକିସ୍ତାନକୁ ବିଶ୍ଵବ୍ୟାଙ୍କ ଝଟ୍‌କା ଦେଇଛି। ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ହେବାକୁ ଥିବା ଏକ ଜଳ ପ୍ରକଳ୍ପ ପାଇଁ ମଞ୍ଜୁର ହୋଇଥିବା ୨୦ କୋଟି ଡଲାରର ଋଣକୁ ବିଶ୍ଵବ୍ୟାଙ୍କ ଅଟକାଇ ଦେଇଛି। ଦେଶର ପ୍ରଗତି ଏବଂ ନିୟନ୍ତ୍ରଣରେ ଅଭାବ ଯୋଗୁ ବିଶ୍ଵବ୍ୟାଙ୍କ ମୁଖ୍ୟ ଏହି ନିଷ୍ପତ୍ତି ନେଇଥିବା କାରଣରେ ଦର୍ଶାଯାଇଛି। ଆଗାମୀ ୩୦ ଦିନ ପର‌୍ୟ୍ୟନ୍ତ ଉକ୍ତ ଜଳ ପ୍ରକଳ୍ପ ଉପରେ ରୋକ ଲଗାଯାଇଥିବା ବିଶ୍ଵବ୍ୟାଙ୍କ ପ୍ରବକ୍ତା ମରିୟମ ଅଲତାଫ କହିଛନ୍ତି।

ସମନ୍ବିତ ଜଳ ସମ୍ପଦ ପରିଚାଳନା ଏବଂ ବିକାଶ ଯୋଜନାରେ ଏକ ବୃହତ ଜଳ ପ୍ରକଳ୍ପ ଲାଗି ବେଲୁଚିସ୍ତାନ ବିଶ୍ଵବ୍ୟାଙ୍କ ସହିତ ୩ବର୍ଷ ତଳେ ଏକ ଚୁକ୍ତି କରିଥିଲା। ପ୍ରକଳ୍ପରେ ୨୦ କୋଟି ୯୭ ଲକ୍ଷ ଡଲାର ଅର୍ଥରାଶି ଖର୍ଚ୍ଚ ହେବ ବୋଲି ବିଶ୍ଵବ୍ୟାଙ୍କ ଆକଳନ କରିବା ସହ ୨୦ କୋଟି ଡଲାର ଋଣ ଦେବ ବୋଲି ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ଦେଶରେ ପ୍ରଗତି, ପାଣ୍ଠି ବଣ୍ଟନ, ନାଗରିକମାନେ କାର‌୍ୟ୍ୟରେ ଆଗକୁ ବଢ଼ିବା ଏବଂ ନିୟନ୍ତ୍ରଣ ଆଦିରେ ଅଭାବ ଦେଖିବାକୁ ମିଳୁଥିବାରୁ ବିଶ୍ଵବ୍ୟାଙ୍କ ଏପରି ପଦକ୍ଷେପ ନେଇଛି। ସୂଚନାଯୋଗ୍ୟ, ବେଲୁଚିସ୍ତାନର ୬୨ ପ୍ରତିଶତ ଜନସାଧାରଣ ସ୍ବଚ୍ଛ ପାନୀୟଜଳ ପାଇବାରୁ ବଞ୍ଚିତ ହେଉଛନ୍ତି। ସେମାନଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଇଦେବା ଲକ୍ଷ୍ୟରେ ଏହି ବୃହତ୍ତ ପ୍ରକଳ୍ପର ପରିକଳ୍ପନା କରାଯାଇଥିଲା, ଯାହା ୨୦୨୨ ସୁଦ୍ଧା ଶେଷ ହେବ ବୋଲି ଧାର‌୍ୟ୍ୟ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ