ସମ୍ମୁଖରେ ଗଦା ହୋଇଛି କୁଢ କୁଢ ଆବର୍ଜନା, ନିଆଯାଉନାହିଁ ପଦକ୍ଷେପ

ନାଉଗାଁ,(ଓ୍ବାଇଏନ୍ଏସ୍): ନାଉଗାଁ ବ୍ଳକ ଅନ୍ତର୍ଗତ ଡେରିକି ପଂଚାୟତର ଗଙ୍ଗଦାହାଟରେ ନାଉଗାଁ-ତେଲସରାକୁ ସଂଯୋଗ କରୁଥିବା ପୂର୍ତ ବିଭାଗ ରାସ୍ତା ପାଶ୍ୱର୍ରେ ରହିଛି ଏକ ଯାତ୍ରୀ ବିଶ୍ରାମଗାର । ଏହି ବିଶ୍ରାମଗାରଟି ତତ୍କାଳିନ ଲୋକସଭା ସାଂସଦ ରଜୀବ ବିଶ୍ୱାଳଙ୍କ ଅନୁଦାନ ପାଣ୍ଠି ଓ ତତ୍କାଳିନ ବିଧାୟକ ଡା.ଲଲାଟେନ୍ଦୁ ମହାପାତ୍ରଙ୍କ ପ୍ରଚେଷ୍ଟାରେ ନିର୍ମାଣ କରାଯାଇଥିଲା । ଯାତ୍ରୀ ବିଶ୍ରାମଗାର ନିର୍ମାଣ ହେବା ପରେ ଏହା ପଂଚାୟତ ଅଧିନରେ ରହିଥିଲା । ଏହାର ମରାମତି ଓ ରକ୍ଷଣାବେକ୍ଷଣ ଦାୟିତ୍ୱ ପଂଚାୟତ ଉପରେ ନ୍ୟସ୍ତ ରହିଥିଲା । ଯାତ୍ରୀ ବିଶ୍ରାମଗାରଟି ନିର୍ମାଣ ହେବା ପରେ ଏହା ଯାତ୍ରୀଙ୍କ କାମରେ ନଆସି କିଛି ବର୍ଷ ମାଛ ବେପାରୀ ଓ କୁକୁଡା ବେପାରୀଙ୍କ କବଜାରେ ରହିଥିଲା । ଯାତ୍ରୀମାନଙ୍କ ଅସୁବିଧା ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ମାଛ ବେପାରୀଙ୍କୁ ସେଠାରୁ ଉଠାଯାଇ ୨୦୧୮-୧୯ ଆର୍ôଥକ ବର୍ଷରେ ପଂଚାୟତ ପକ୍ଷରୁ ୨ଲକ୍ଷ ଟଙ୍କା ବ୍ୟୟ କରାଯାଇ ମରାମତି ସହିତ ମାର୍ବଲ କରାଯାଇଥିଲା । କିନ୍ତୁ ବର୍ତମାନ ଉକ୍ତ ଯାତ୍ରୀ ବିଶ୍ରାମଗାରଟି ପରିବା ବେପାରୀଙ୍କ କବଜାରେ ରହିଛି । ବିଶ୍ରାମଗାର ମଧ୍ୟକୁ ଯିବା ପାଇଁ ବାଟ ନଥିବା ବେଳେ ସମ୍ମୁଖରେ ପରିବା ଚୋପା ଓ ଆର୍ବଜନା ପଡି ଦୁର୍ଗନ୍ଧ ସୃଷ୍ଟି କରୁଛି । ଯାହାକି ବିଶ୍ରାମଗାର ମଧ୍ୟରେ ଜଣେ ଯାତ୍ରୀ ବସିବା କଷ୍ଟକର ହୋଇ ପିଡିଛି । ପଚା ଦୁର୍ଗନ୍ଧରେ ନାକ ଫାଟି ପଡୁଥିବା ବେଳେ ବିଶ୍ରାମାଗାର ମଧ୍ୟକୁ ଯାତ୍ରୀମାନେ ଯାଇ ପାରୁନାହାନ୍ତି । ଦୁରଦୁରାନ୍ତକୁ ଯାତ୍ରା କରୁଥିବା ଯାତ୍ରୀମାନେ ଦୋକାନ ବାରଣ୍ଡା, ରାସ୍ତା ପାଶ୍ୱର୍ରେ ଦୀର୍ଘ ସମୟ ଠିଆ ହୋଇ ଗାଡିକୁ ଅପେକ୍ଷା କରୁଥିବା ଦେଖାଯାଇଛି । ତେଣୁ ଯାତ୍ରୀମାନଙ୍କ ସୁରକ୍ଷା ଓ ସୁବିଧା ଦୃଷ୍ଟିରୁ ଯାତ୍ରୀ ବିଶ୍ରାମଗାରକୁ ସଫା ସୁତୁରା ରଖିବା ସହିତ ପରିବା ବେପାରୀଙ୍କ କବଜାରୁ ମୁକୁଳାଇବା ପାଇଁ ସାଧାରଣରେ ଦାବି ହେଉଛି । ଏବିଷୟରେ ପଂଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁରେଶ ପାତ୍ରଙ୍କୁ ପଚାରିବାରୁ ଏ ବିଷୟରେ ଆମେ ଅବଗତ ନଥିଲୁ । ଜାଣିବା ପରେ ଯଥା ଶୀଘ୍ର ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ