ସମୟ ଆସିନି
କ୍ୟାଟ୍ରିନାଙ୍କୁ ସବୁ କଥା ପଚାରନ୍ତୁ ହେଲେ ମ୍ୟାରେଜ୍ କଥା ଉଠିଲେ ତାଙ୍କର ମୁହଁ ଆମ୍ବିଳା ହୋଇଯାଏ । ଏବେ କୁଆଡ଼େ ଘରସଂସାର କରିବାକୁ ତାଙ୍କୁ ସମୟ ହାଇନାହିଁ । ଯଦି କେହି ଏ ବିଷୟରେ ଅଧିକ ଆଲୋଚନା କଲା ତେବେ ବିଳମ୍ବ ନ କରି ସେ ଏପରି ପ୍ରସଙ୍ଗକୁ ବଦଳାଇ ଅନ୍ୟ କଥା ଆଲୋଚନା କରୁଛନ୍ତି । “ମୁଁ କେବେ ବିବାହ କରିବି, କାହାକୁ ବିବାହ କରିବି-ଏ ନେଇ ଅନେକ ଦିନ ହେବ ଆଲୋଚନା ହେଉଛି । ଏ ସମ୍ପର୍କରେ ପୂର୍ବରୁ ମୁଁ ଯାହା କହିଥିଲି ତାହାକୁ କେବଳ ଦୋହରାଉଛି । ବର୍ତ୍ତମାନ ମାର ମ୍ୟାରେଜ୍ କରିବାକୁ ସମୟ ହୋଇନାହିଁ । ମୋ ମତରେ ଏଭଳି ବିଷୟରେ ବର୍ତ୍ତମାନ ଆଲୋଚନା ନ କଲେ ଭଲ । ଯେତେବେଳେ ସେ ସମୟ ଆସିବ ସେତେବେଳେ ମୋ ପଟରୁ ମୁଁ ଜଣାଇ ଦେବି ବୋଲି କହିଛନ୍ତି କ୍ୟାଟ୍ରିନା ।’ ଶୁଣିବାକୁ ମିଳୁଛି ଯେ, ଅଭିନେତା ଭିକି କୌଶଲଙ୍କ ସହ ତାଙ୍କର ଏବେ ଆଫେୟାର୍ସ ଚାଲିଛି । କେବଳ ସେତିକି ନୁହେଁ, ଖୁବ୍ଶୀଘ୍ର ଦୁହେଁ ଗୋଟିଏ ସିନେମାରେ ଏକତ୍ର ଅଭିନୟ କରିବାକୁ ଯାଉଛନ୍ତି । ତେବେ କ୍ୟାଟ୍ରିନା କେବେ ହାତକୁ ଦି’ହାତ ହେବେ ଏବଂ କାହା ସହ ଘରସଂସାର କରିବେ ତାହା ଆଗାମୀ ସମୟ ହିଁ କହିବ ।