ସରକାରଙ୍କ ଆବାସ ଯୋଜନା ଭେଳିକି

ହାଟଡ଼ିହି, (ବିକାଶ ବିଶ୍ୱାଳ):ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଲୋକ ମାନଙ୍କୁ ଘର ଯୋଗାଇ ଦେଉଥିବା ବେଳେ ହାତଡ଼ିହି ବ୍ଲକ ମରେଇ ଗାଁ ପଞ୍ଚାୟତ ଏଲକଣା ଗ୍ରାମର ପ୍ରମିଳା ଯେନାଙ୍କ ପାଇଁ ଏହି ଯୋଜନା ସ୍ୱପ୍ନ ପାଲଟିଛି। ଏବେ ବ୍ଲକରେ ଦଶ ହଜାରରୁ ଉର୍ଦ୍ଧ ଲୋକଙ୍କୁ ବାସଗୃହ ଯୋଗାଇ ଦେଇଥିବା ବେଳେ ଏଥିରୁ ବଞ୍ଚିତ ହୋଇଛନ୍ତି ପ୍ରମିଳା। ପ୍ରମିଳାଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ସ୍ୱାମୀ ଗୌରାଙ୍ଗ ଜଣେ ଦିନ ମଜୁରିଆ। ସେ ତାଙ୍କ ତିନୋଟି ଛୁଆଙ୍କୁ ନେଇ ତାଙ୍କ ପରିବାର। ଆର୍ଥିକ ଅଭାବ ଅନାଟନ ଯୋଗୁ ତାଙ୍କ ଘରଟି ଛପର କରି ନ ପାରିବାରୁ ଘରଟି ଧୀରେ ଧୀରେ ଭାଙ୍ଗି ଯାଇ ଏବେ ବିପଦ ସଂକୁଳ ହୋଇ ପଡିଛି। କେବଳ ପାଲିଥିନି ଟାଙ୍ଗି ବିପଦ ପୂର୍ଣ୍ଣ ଅବସ୍ଥାରେ ସପରିବାର ବାସ କରୁଛନ୍ତି। ଚଳିତ ବର୍ଷ ପ୍ରତି ପଞ୍ଚାୟତ କୁ ଶହ ଶହ ପ୍ରଧାନମନ୍ତ୍ରୀ ଆବାସ ଘର ଯୋଗାଇ ଦିଆଯାଇଥିବା ବେଳେ ସେ ମଧ୍ୟ ଯୋଜନାରେ ସାମିଲ ହୋଇ ପକ୍କା ଘର ଖଣ୍ଡିଏ କରିବେ ବୋଲି ଅନେକ ସ୍ୱପ୍ନ ଦେଖିଥିଲେ। କିନ୍ତୁ ପଞ୍ଚାୟତରେ ଅନେକ କୋଠାଘର ବାଲାଙ୍କୁ ଘର ମିଳିଲା, କିନ୍ତୁ ତାଙ୍କ ପରି ଜଣେ ଗରିବ ଅସହାୟ ମହିଳାଙ୍କୁ ଏଥିରୁ ବାଦ ଦିଆଗଲା। ଏନେଇ ସେ ସରପଞ୍ଚ ଙ୍କ ଠାରୁ ବିଡ଼ିଓଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଭେଟିଥିଲେ ମଧ୍ୟ କେହି ତାଙ୍କ ଗୁହାରି ଶୁଣିଲେଣି। ଯାହାକୁ ନେଇ ସରକାର ଙ୍କ ଏହି ଯୋଜନା ସବୁ ଭେଳିକି, ଏହି ଯୋଜନା ଗରିବଙ୍କ ପାଇଁ ନୁଁହ ଧନୀ ଲୋକଙ୍କ ପାଇଁ ବୋଲି ତିର୍ଯ୍ୟକ କରି କହିଛନ୍ତି ପ୍ରମିଳା। କେନ୍ଦୁଝର ଜିଲାପାଳ ତୁରନ୍ତ ତାଙ୍କୁ ଘର ଖଣ୍ଡିଏ ଯୋଗାଇ ଦେବାକୁ ସେ ନିବେଦନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ