ସରକାରଙ୍କ ଜଳଯୋଗାଣ ବ୍ୟବସ୍ଥା ଫେଲ
କୋଦଳା: (ଗୁଲସନ୍ କୁମାର କର) ଗ୍ରାମାଞ୍ଚଳରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି କିନ୍ତୁ ବାସ୍ତବରେ ଜଳଯୋଗାଣ ବ୍ୟବସ୍ଥା ସମ୍ପୂର୍ଣ ଭାବେ ଫେଲ ମାରୁଥିବା ଦେଖାଯାଉଛି।ଗଞ୍ଜାମ ଜିଲ୍ଲାର ବେଗୁନିଆପଡା ବ୍ଲକ ଅନ୍ତର୍ଗତ ମଠସରସିଙ୍ଗୀ ଗ୍ରାମପଞ୍ଚାୟତର ମଠବ୍ରହ୍ମପୁର ଗ୍ରାମରେ ପଞ୍ଚାୟତରାଜ ପାନୀୟ ଜଳଯୋଗାଣ ପ୍ରକଳ୍ପ ଦ୍ୱରା ପାଣି ଟାଙ୍କି ତିଆରି କରାଯାଇଛି। ଦିର୍ଘ ୪ବର୍ଷ ହେଲା ପାଣିଟାଙ୍କି ତିଆରି ହେଲେ ମଧ୍ୟ କାମରେ ଆସୁନି।ଏପଟେ ପ୍ରବଳରୁ ପ୍ରବଳ ଖରା ସଙ୍ଗକୁ ଜଳକଷ୍ଟ ଆରମ୍ଭ ହୋଇଗଲାଣି ତତ୍ ସହିତ ଆଗକୁ ଆହୁରି ଗ୍ରୀଷ୍ମପ୍ରବାହ ଅଛି।ଗ୍ରାମବାସୀମାନଙ୍କ କହିବା ଅନୁଯାୟୀ ଚାରି ବର୍ଷ ହେଲାଣି ପାଣିଟାଙ୍କି ସହ ମୋଟର ସିଷ୍ଟମ ତିଆରି ହେବା ସତ୍ୱେ ମଧ୍ୟ ପାଣି ସପ୍ଲାଇ ହେଉନି। ଗ୍ରାମର କେତୋଟି ନଳକୂପରୁ ପାଣି ଆସୁନଥିବା ବେଳେ କେତେକ କୂଅ ମଧ୍ୟ ଶୁଖିଗଲାଣି ଯଦ୍ବାରା ପାଣି ପାଇବା କଷ୍ଟକର ହୋଇପଡୁଛି।ସାଧାରଣ ଲୋକଙ୍କ ପାଇଁ ଆସୁଥିବା ଯୋଜନା ଓ ଅର୍ଥ କାମରେ ନଲାଗିବା ଯୋଗୁଁ ପ୍ରଶାସନିକ ବ୍ୟବସ୍ଥାକୁ ଦାୟୀ କରିଛନ୍ତି। ଏନେଇ ବ୍ଲକ ପାନୀୟ ଜଳଯୋଗାଣ ଯନ୍ତ୍ରୀଙ୍କୁ ଯୋଗାଯୋଗ କରିବାରୁ ସେ କହିଥିଲେ କି ଏହା ଉପରେ ପଂଚାୟତ କାର୍ୟ୍ୟଳୟକୁ ବୁଝନ୍ତୁ କିନ୍ତୁ ଗ୍ରାମସେବକଙ୍କୁ ଯୋଗାଯୋଗ ହୋଇପାରିନାହିଁ।ଏହା କେବଳ ଗୋଟିଏ ଗ୍ରାମର ଘଟଣା ନୁହେଁ ଏହାର ଆଖପାଖ ପ୍ରତ୍ୟେକ ଗ୍ରାମର ଏଭଳି ଅବସ୍ଥା ହୋଇକି ରହିଛି।