ସରକାରୀ ଅଧ୍ୟାପକ କର୍ମଚାରୀ ସଂଘ ପକ୍ଷରୁ ସ୍ମାରକପତ୍ର

ବାଲେଶ୍ୱର, (ସରୋଜ ପଣ୍ଡା) : ବିଭିନ୍ନ ଦାବି ନେଇ ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ସଙ୍ଗଠନର ଏକ ପ୍ରତିନିଧି ଦଳ ବାଲେଶ୍ୱର ଜିଲାପାଳଙ୍କୁ ସାକ୍ଷାତ ସହ ସାମ୍ପ୍ରତିକ ସ୍ଥିତିରେ ବେସରକାରୀ ମହାବିଦ୍ୟାଳୟ ଅଧ୍ୟାପକ ଓ କର୍ମଚାରୀମାନେ ସାମ୍ନା କରୁଥିବା ବିଭିନ୍ନ ସମସ୍ୟା ଏବଂ ତା’ର ସମାଧାନର ବିଭିନ୍ନ ଦିଗ ସମ୍ପର୍କରେ ଅବଗତ କରିଥିଲେ । ସେମାନଙ୍କ କହିବା ଅନୁସାରେ ୨୦୦୮ ମସିହା ପରଠାରୁ ରାଜ୍ୟର ବିଭିନ୍ନ ଅନୁଦାନପ୍ରାପ୍ତ ଓ ଅଣଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟରେ ପରିଚାଳନା କମିଟି ଦ୍ୱାରା ନିଯୁକ୍ତ ଅଧ୍ୟାପକ ଏବଂ କର୍ମଚାରୀଙ୍କୁ ଅନୁଦାନଭୁକ୍ତ କରିବା ପାଇଁ ବହୁବାର ଦାବି ହୋଇ ଆସିଛି । ପ୍ରତିଶ୍ରୁତି ମିଳିଥିଲେ ବି ଅଦ୍ୟାବଧି ତାହା କାର୍ଯ୍ୟକାରୀ ହୋଇନାହିଁ । ଏନେଇ ସରକାରୀ ନିର୍ଦ୍ଦେଶନାମା ପ୍ରକାଶ ଦାବିରେ ଓଡ଼ିଶା ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ ପକ୍ଷରୁ ସମଗ୍ର ଓଡ଼ିଶାରେ ଦାବିପତ୍ର ପ୍ରଦାନ କରାଯାଉଥିବା ସେମାନେ ସୂଚନା ଦେଇଛନ୍ତି । ଏହି ଦାବିରେ ଆସନ୍ତା ୨୨ ତାରିଖରେ ଅଧ୍ୟାପକ ଓ କର୍ମଚାରୀଙ୍କୁ ନେଇ ଶ୍ରୀକ୍ଷେତ୍ର ପୁରୀରୁ ‘ଅଧିକାର ରଥଯାତ୍ରା’ ଆରମ୍ଭ ହେବା ସହ ୨୯ ତାରିଖରେ କଟକରୁ ବିଶାଳ ପଦଯାତ୍ରାରେ ନବୀନ ନିବାସ ପର୍ଯ୍ୟନ୍ତ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯିବ ବୋଲି ସଂଘର କର୍ମକର୍ତ୍ତାମାନେ କହିଛନ୍ତି । ଆଜି ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ ବେଳେ ସଂଘର କର୍ମକର୍ତ୍ତାଙ୍କ ସମେତ ବାଲେଶ୍ୱର ଶାଖାର ବହୁ ସଦସ୍ୟ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ