ସରକାରୀ ଅଫିସ୍ ପ୍ରବେଶ ନେଇ ଲାଗୁ ହେଲା କଟକଣା
ବ୍ରହ୍ମପୁର,(ଅନିଲ କୁମାର): କରୋନା ସଂକ୍ରମଣ ବୃଦ୍ଧି ଯୋଗୁଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସାଧାରଣ ଜନତାଙ୍କୁ ସରକାରୀ ଅଫିସ୍ରେ ପ୍ରବେଶ କ୍ଷେତ୍ରରେ କଟକଣା ଜାରି କରାଯାଇଛି । ଜିଲ୍ଳାପାଳ ବିଜୟ ଅମୃତା କୁଲାଙ୍ଗେ ଟ୍ୱିଟ୍ ଯୋଗେ ଜିଲ୍ଲା ବାସୀଙ୍କୁ କୋଭିଡ ସଂକ୍ରମଣର ସମ୍ଭାବ୍ୟ ବ୍ୟାପକତାକୁ ରୋକିବା ପାଇଁ ଜିଲ୍ଲାବାସୀ କୌଣସି ଜରୁରୀ କାର୍ଯ୍ୟ ନଥିଲେ କୌଣସି ସରକାରୀ ଅଫିସ୍କୁ ନ ଯିବା ପାଇ ନିବେଦନ କରିଛନ୍ତି । ଏପରିକି ଜରୁରୀ କାର୍ଯ୍ୟରେ ଯାଉଥିବା ଲୋକେ ଅତ୍ୟନ୍ତ ସତର୍କତାର ସହ କୋଭିଡ ନିୟମ ମାନି ସାମାଜିକ ଦୂରତ୍ୱକୁ ବଜାୟ ରଖି ଯିବା ପାଇଁ କହିଛନ୍ତି । ଏପରିକି ଯେକୌଣସି କାର୍ଯ୍ୟରେ ସରକାରୀ ଅଫିସକୁ ନ ଯାଇ ବରଂ ପ୍ରଶାସନର ମୋବାଇଲ୍ ୯୪୩୭୫ ୬୩୮୦୦ ନଂ କୁ କଲ୍ କରି କିମ୍ବା ମେସେଜ୍ ଦେଇ ସେମାନଙ୍କକାର୍ଯ୍ୟ ହାସଲ କରିପାରିବେ ବୋଲି କହିଛନ୍ତି ।