ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ କର୍ମଶାଳା
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଖଣି ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ କର୍ମଶାଳା ହୋଇଯାଇଛି । ଆଦିବାସୀ-ହରିଜନ ମଙ୍ଗଳ ବିଭାଗ ଦ୍ୱାରା ପରିଚାଳିତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଖିଳନାଥ ସାବତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ବିଜ୍ଞାନ ଶିକ୍ଷଣୀୟ କ୍ରମଶାଳାର ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ତଥା ବିଶିଷ୍ଟ ସାଧନ କର୍ମୀ ଭାବେ ଜାତୀୟ ପୁରସ୍କାରପ୍ରାପ୍ତ ସେବାନିବୃତ୍ତ ପ୍ରଧାନ ଶିକ୍ଷକ ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା ଯୋଗଦେଇ ଛାତ୍ରଛାତ୍ରୀଙ୍କ ମନରେ ଉଙ୍କିମାରୁଥିବା ବିାନର କଠିନ ବିଷୟବସ୍ତୁକୁ କିପରି ସହଜରେ ଆୟତ୍ତ କରି ହେବା ସେଥିପାଇଁ ଅତି ସରଳ ସ୍ୱଳ୍ପ ଓ ବିନା ମୂଲ୍ୟର ବିାନ ଉପକରଣ ମାଧ୍ୟମରେ ପରୀକ୍ଷ କରାଇ ଛାତ୍ରଛାତ୍ରୀଙ୍କ ସମ୍ମୁଖରେ ପ୍ରଦର୍ଶିତ କରାଇଥିଲେ । ଏଥିରେ ପ୍ରାୟ ୪୦୦ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । କର୍ମଶାଳାକୁ ବିଦ୍ୟାଳୟର ସୁଚରୀତା ନାୟକ, ସସ୍ମିତା ବେବେହା, ମାନସ କାର୍ଯୀ, ସନ୍ତୋଷ ସେଠୀ ପରିଚାଳନାରେ ସହଯୋଗ କରିଥିଲେ ।