ମହିଳା ସଙ୍ଗଠନ ”ଆକାଂକ୍ଷା” ତରଫରୁ ୭୩ତମ ବନ ମହୋତ୍ସବ ପାଳିତ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲାର ଅଗ୍ରଣୀ ମହିଳା ସଙ୍ଗଠନ ”ଆକାଂକ୍ଷା” ତରଫରୁ ୭୩ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ରୂପେ ଗଜପତି ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ମନୋଜ କୁମାର ଦାସ, ହରିମୋହନ ପଟ୍ଟନାୟକ, ନାଗେଶ୍ୱର ଚୌଧୁରୀ, ବିଚିତ୍ରାନନ୍ଦ ବେବର୍ତ୍ତା, ରାଜେନ୍ଦ୍ର ପଣ୍ଡା, ତ୍ରିପତି ପଣ୍ଡା, ରାଜେଶ କୁମାର, ଭାଗ୍ୟଲକ୍ଷ୍ମୀ ନାୟକ, ମଞ୍ଜୁ ଚୌଧୁରୀ, ଶ୍ରୀମତୀ ମିଶ୍ର, ପ୍ରମିଳା ମହାପାତ୍ର, ସୁନିତା ବେହେରା, ମଧୁସ୍ମିତା ପାଢ଼ୀ, ସୁନିତା ରଥ, ପ୍ରଣତୀ ଦାସ, ଯୋଗେଶ୍ୱରୀ ଯୋଗଦେଇଥିଲେ । ଏହି ଅବସରରେ ମହା ନିମ୍ବ, ଆମ୍ବ, ସୀତାଫଳ, କରଞ୍ଜ, ଇତ୍ୟାଦି ଚାରା ଗଛ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ରୋପଣ କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମକୁ ସଙ୍ଗଠନର ସଭାନେତ୍ରୀ ଆଶାଲତା ପାଣିଗ୍ରାହୀ, ସମ୍ପାଦିକା ମୀନା କୁମାରୀ ଟହଲ,ଉପଦେଷ୍ଟା ଡ଼ଃ କଲ୍ୟାଣୀ ମିଶ୍ର, ସ୍ୱର୍ଣ୍ଣ ପ୍ରଭା ପାଠୀ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ