ସରକାରୀ ଏନ୍ଏସି ହାଇସ୍କୁଲର ପୁରସ୍କାର ବିତରଣ ଉତ୍ସବ
ଆସିକା, (ଯୁଗାବ୍ଦ ନ୍ୟୁଜ):ଆସିକା ଏନ୍ଏସି ଅନ୍ତର୍ଗତ ଲାଲାଶାସନ ଗ୍ରାମ ସ୍ଥିତ ସରକାରୀ ଏନ୍ଏସି ନୋଡାଲ୍ ହାଇସ୍କୁଲର ୫୫ତମ ପୁରସ୍କାର ବିତରଣ ସମାରୋହ ଏକ ମନୋଜ୍ଞ ପରିବେଶ ମଧ୍ୟରେ ତାଲୁକା ଛକ ସ୍ଥିତ କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଆସିକା ସରକାରୀ ଏନ୍ଏସି ନୋଡାଲ୍ ହାଇସ୍କୁଲର ପ୍ରଧାନଶିକ୍ଷକ ପ୍ରତ୍ୟୁଷ କୁମାର ଦାଶଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ପ୍ରାକ୍ତନ ଶିକ୍ଷକ ତଥା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ରଂଜନ କୁମାର ବିଶ୍ୱାଳ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପ୍ରଫେସର ଡଃ ସୁକାନ୍ତ କୁମାର ତ୍ରିପାଠୀ, ଆସିକା ତହସିଲଦାର ସଙ୍ଗୀତା ସେଣ, ଅବସରପ୍ରାପ୍ତ ସାମରିକ କର୍ମଚାରୀ ବିପିନ୍ ବିହାରୀ ଦାଶ, ଆସିକା ଏନ୍ଏସି କାଉନସିଲର ରାଘବ ସିୟ ଓ ସୁଜାତା ପରିଡା ପ୍ରମୁଖ ଯୋଗଦେଇ ଏହି ପୁରାତନ ଶିକ୍ଷାନୁଷ୍ଠାନର ଅତୀତ ଗୌରବ ଉପରେ ସ୍ମୃତି ଚାରଣ କରି ଉଜ୍ଜ୍ୱଳମୟ ଭବିଷ୍ୟତ ଗଠନ ପାଇଁ ରୂପରେଖ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇ କହିଲେ ଯେ ଛାତ୍ରଛାତ୍ରୀ ମାନେ ଭଲ ମଣିଷ ହେବା ପାଇଁ ପ୍ରଥମେ ଆତ୍ମବିଶ୍ୱାସ ସୃଷ୍ଟି କରିବା ସହ ନିଜର ଲକ୍ଷ୍ୟ ପୂରଣ ପାଇଁ କଠିନ ପରିଶ୍ରମ କରିବାକୁ ଆହ୍ୱାନ କରିଥିଲେ । ଆସିକା ଏନ୍ଏସି ଅନ୍ତର୍ଗତ ଲାଲାଶାସନ ଗ୍ରାମ ସ୍ଥିତ ସରକାରୀ ଏନ୍ଏସି ନୋଡାଲ୍ ହାଇସ୍କୁଲର ପୁରସ୍କାର ବିତରଣ ଉତ୍ସବ ଅବସରରେ ୨୦୨୪ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷାରେ ଟପର୍ ହୋଇଥିବା ବିଦ୍ୟାର୍ଥୀ ଦୀପିକାରାଣୀ ମୁନି, ମେଧାବୀ ଛାତ୍ର ଅନିକେତ୍ ସ୍ୱାଇଁ ଓ ବିଘ୍ନେଶ୍ ସ୍ୱାଇଁ ସମେତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ବେଳେ ବିଦ୍ୟାର୍ଥୀ ମାନଙ୍କ ଦ୍ୱାରା ପରିବେଶିତ ହୋଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଉପସ୍ଥିତ ସଚେତନ ନାଗରିକ, ବୁଦ୍ଧିଜୀବୀ, ଅଭିଭାବକଙ୍କୁ ବିମୋହିତ କରିଦେଇଥିଲା । ଆସିକା ଏନ୍ଏସି ଅନ୍ତର୍ଗତ ଲାଲାଶାସନ ଗ୍ରାମ ସ୍ଥିତ ସରକାରୀ ନୋଡାଲ୍ ହାଇସ୍କୁଲର ଏହି ପୁରସ୍କାର ବିତରଣ କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ଦିଗରେ ବିଦ୍ୟାଳୟର ଶିକ୍ଷକ ପ୍ରଦୀପ କୁମାର ଶତପଥୀ, ସୁରେନ୍ଦ୍ରନାଥ ପଟ୍ଟନାୟକ, ଅମୀୟ ରଂଜନ ନାୟକ, ଶୁଭଶ୍ରୀ ପଣ୍ଡା, ଭାଗ୍ୟଲକ୍ଷ୍ମୀ ପାଢୀ, ଅର୍ଚ୍ଚନା ପାଢୀ, ମଂଜୁଳା ସ୍ୱାଇଁ, କାମିନି ଦେବୀ, ପ୍ରସନ୍ନ କୁମାର ସାହୁ, ଗଣେଶ ଚନ୍ଦ୍ର ମହାନ୍ତି, ସଂଜୁଲତା ସାବତ, ସୁଷମା ପରମାଣିକ, ଏସ୍କେ ୟୁସୁଫ୍ କଳାପାହାଡ, କିରାଣୀ ମନୋଜ କୁମାର ବେହେରା, କର୍ମଚାରୀ ସୂର୍ଯ୍ୟନାରାୟଣ କରଙ୍କ ସମେତ ସମସ୍ତ ଶିକ୍ଷକ ଓ କର୍ମଚାରୀ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା