ସରକାରୀ ଓ ବେସରକାରୀ ମହିଳା ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ତୁରନ୍ତ ନିଯୁକ୍ତି ଦେବାକୁ ସଂଘ ତରଫରୁ ଦାବି
ଭୁବନେଶ୍ୱର, ( ଯୁଗାବ୍ଦ ନ୍ୟୁଜ୍) : ଶନିବାର ଦିନ ନିଖିଳ ଓଡ଼ିଶା ଅଣ ନିଯୁକ୍ତି ତାଲିମପ୍ରାପ୍ତ ମହିଳା ସ୍ୱାସ୍ଥ୍ୟକର୍ମୀ ସଂଘ ତରଫରୁ ନେହେରୁ ଯୁବ ପ୍ରତିଷ୍ଠାନଠାରେ ରାଜ୍ୟ ସଭାପତି ଶ୍ରୀ ପାର୍ଥସାରଥୀ ଜେନାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ରାଜ୍ୟ କାର୍ଯ୍ୟକାରିଣୀ ସଭାନେତ୍ରୀ ଶ୍ରୀମତୀ ବିଷ୍ଣୁପ୍ରିୟା ଖଣ୍ଡେଇ ରାଜ୍ୟ ସରକାରଙ୍କ ଅପାରଗତାକୁ ଗୁଣଗାନ କରିଥିଲେ । ରାଜ୍ୟ ସରକାର ସାରା ଭାରତରେ ମହିଳା ସଶକ୍ତିକରଣ କରିବାରେ ବାହା ବାହା ନେବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ବଡ଼ ଦୁଃଖ ଓ ପରିତାପର ବିଷୟ ୨୦୦୬ ମସିହାରୁ ୨୦୧୯ ମଧ୍ୟରେ ରାଜ୍ୟରେ ପ୍ରାୟ ୧୭ ହଜାର ସରକାରୀ ଓ ବେସରକାରୀ ତାଲିମପ୍ରାପ୍ତ ମହିଳା ସ୍ୱାସ୍ଥ୍ୟକର୍ମୀ (ଏ.ଏନ୍.ଏମ୍) ସରକାରୀ ନିଯୁକ୍ତ ନ ପାଇ ବସି ରହିଛନ୍ତି । ସଂଘର ସମ୍ପାଦିକା ସଂଯୁକ୍ତା ସାହୁ ରାଜ୍ୟ ସରକାର ମହିଳା ସଶକ୍ତିକରଣ କରିବାରେ ବିଫଳ ବୋଲି ମତବ୍ୟକ୍ତ କରିଥିଲେ । ସଂଘର କୋଷାଧ୍ୟକ୍ଷ ମମତା ସାହୁ ରାଜ୍ୟ ସରକାର ମହିଳାମାନଙ୍କ ପାଇଁ ଅପାରଗ । କାରଣ ମହିଳା ସ୍ୱାସ୍ଥ୍ୟକର୍ମୀମାନଙ୍କ ପାଇଁ କୌଣସି ନିଯୁକ୍ତି ପ୍ରକ୍ରିୟା ସୃଷ୍ଟି କରିନାହାଁନ୍ତି । ସଂଘର ଯୁଗ୍ମ ସମ୍ପାଦିକା ସ୍ମୃତିରେଖା ନାୟକ ମଧ୍ୟ ରାଜ୍ୟ ସରକାର ବିରୁଦ୍ଧରେ ବିଭିନ୍ନ ନାରାବାଜି ଦେଇଥିଲେ ଏବଂ ସଂଘର ମିଡ଼ିଆ କୋଅର୍ଡ଼ିନେଟର ମଧୁସ୍ମିତା ସାହୁ ରାଜ୍ୟ ସରକାର ମହିଳାମାନଙ୍କୁ ଅଣଦେଖା କରୁଛନ୍ତି ଏବଂ ସରକାରୀ ନିଯୁକ୍ତି ଦେବାରେ ବିଫଳ ବୋଲି ମତବ୍ୟକ୍ତ କରିଥିଲେ । ସଂଘର ଉପସ୍ଥିତ ଥିବା ସମସ୍ତ ଜିଲ୍ଲାର ସଭାପତି, ସମ୍ପାଦକ ଓ ସଭ୍ୟ ସଭ୍ୟାମାନେ ଉକ୍ତ ପ୍ରସ୍ତାବକୁ ସ୍ୱାଗତ କରିଥିଲେ । ଶେଷରେ ଆସନ୍ତା ୧.୭.୨୦୧୯ରିଖ ସୋମବାର ଠାରୁ ଲୋୟର ପିଏମ୍ଜିଠାରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆମରଣ ଅନଶରେ ବସିବେ ବୋଲି ନିଷ୍ପତ୍ତି ନିଆଯାଇଛି । ଯଦି ସରକାର ମହିଳା ସ୍ୱାସ୍ଥ୍ୟ କର୍ମୀମାନଙ୍କ ଦାବିକୁ ପୂରଣ ନ କରନ୍ତ୍ି, ତେବେ ଆସନ୍ତା ୪.୭.୨୦୧୯ରିଖ ବିଶ୍ୱ ପ୍ରସିଦ୍ଧ ଜଗନ୍ନାଥଙ୍କ ଶ୍ରୀଗୁଣ୍ଡି• ପର୍ବ ଦିନ ନବୀନ ନବାସ ଆଗରେ ସମୂହ ଆତ୍ମହୂତି ଦିଆଯିବ ବୋଲି ଏକ ପେସ୍ ବିବୃତ୍ତି ଜରିଅରେ ରାଜ୍ୟ ସଭାପତି ଶ୍ରୀ ଜେନା ସୂଚନା ଦେଇଛନ୍ତି ।