ଉନ୍ନୟନ ପ୍ରକଳ୍ପ ତଦାରଖ କଲେ ଜିଲାପାଳ
ହିଂଜିଳିକାଟୁ ,(ଯୁଗାବ୍ଦ ନ୍ୟୁଜ୍ ) : ହିଂଜିଳିକାଟୁର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଗୁଡ଼ିକୁ ଶନିବାର ଗଞ୍ଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ ତଦାରଖ କରିଛନ୍ତି । ପୂର୍ବାହ୍ନରେ ଜିଲାପାଳ ବୃନ୍ଦାବନ ବିଦ୍ୟାପୀଠ ମିନି ଷ୍ଟାଡ଼ିଅମରେ ଇନଡ଼ୋର ଷ୍ଟାଡ଼ିୟମ ଦେଖିଥିଲେ । ପରେ ସେ ଆରଏମସି ପରିସରରେ ନିର୍ମାଣାଧୀନ ଶୀତଳ ଭଣ୍ଡାର, ଇ-ନାମ ମାର୍କେଟ ଗୃହ, ପାର୍କ, ହିଂଜିଳି ବଡ଼ବନ୍ଧର ସୋନ୍ଦର୍ଯ୍ୟ କରଣ କାମ ବୁଲି ଦେଖିଥିଲେ । କାର୍ଯ୍ୟ ଗୁଡ଼ିକ ତୁରନ୍ତ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ । ସମୟ ଅନୁସାରେ ଯେଉଁ ଠିକା କଂପାନୀ କାମ ସାରି ପାରୁ ନାହାନ୍ତି ସେମାନଙ୍କ ପ୍ରତି କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ତାଗିଦ କରିଥିଲେ । ସ୍କୁଲ ପିଲାଙ୍କ ‘ପିଲାଟିଏ ଗଛଟିଏ’ କାର୍ଯ୍ୟକ୍ରମ ସହ ପଂଚାୟତ ଗୁଡ଼ିକରେ ବର୍ଷା ଋତୁରେ ଅଧିକ ଗଛ ଚାରା ଲଗାଇବା କରିବା ପାଇଁ କହିଥିଲେ । ହିଂଜିଳିକାଟୁରେ ପ୍ରସ୍ତାବିତ ମାକେର୍ଟ ଗୃହକୁ କିପରି ତ୍ୱରାନ୍ୱିତ କାର୍ଯ୍ୟ ଆରମ୍ଭ ହେବ ସେଥିପ୍ରତି ଆଲୋଚନା କରିଥିଲେ । ମାକେର୍ଟ କଂପ୍ଲେକ୍ସ ନିର୍ମାଣ ପାଇଁ ଉକ୍ତ ଅଂଚଳର ବ୍ୟବସାୟୀଙ୍କୁ କିପରି ସ୍ଥାନାନ୍ତର କରାଯିବ ତାହା ପ୍ରଶାସନ ପାଇଁ ମୁଖ୍ୟ ସମସ୍ୟା ହୋଇଛି । ଉକ୍ତ ଅଂଚଳର ବ୍ୟବସାୟୀଙ୍କ ସହ ସ୍ଥାନାନ୍ତର ପାଇଁ ଆଲୋଚନା କରିବାକୁ ଜିଲାପାଳ ହିଂଜିଳିକାଟୁ ତହସିଲଦାର ଗୋପୀନାଥ କୁଅଁରଙ୍କୁ ନିର୍ଦ୍ଦେଶ କରିଛନ୍ତି । ଜିଲାପାଳଙ୍କ ସହ ଅନ୍ୟ ମାନଙ୍କ ମଧ୍ୟରେ ବିଡ଼ିଓ ପ୍ରସନ୍ନ କୁମାର ପାତ୍ର, ବ୍ଳକ ସହକାରୀ ଯନ୍ତ୍ରୀ ହେମନ୍ତ କୁମାର ହୋତା, ପୂର୍ତ ସହକାରୀ ଯନ୍ତ୍ରୀ ଉମା ଚରଣ ପାଢ଼ି, ପୋ÷ର ଯନ୍ତ୍ରୀ ମାନସ ରଂଜନ ଦାଶ ପ୍ରମୁଖଙ୍କ ସହ ବିଭିନ୍ନ ବିଭାଗର କର୍ମଚାରୀ ଉପସ୍ଥିତ ଥିଲେ ।


