ସରକାରୀ କର୍ମଚାରୀଙ୍କୁ୫୬,୯୯୬ ଟଙ୍କାର ଚୂନା ଲଗାଇଲେ ସାଇବର ଅପରାଧୀ; ଥାନରେ ମାମଲା ରୁଜୁ
ରାଇରଙ୍ଗପୁର (ଅକ୍ଷୟ ବିଶ୍ୱାଳ): ଦିନକୁ ଦିନ ସାଇବର ଠକେଇ ମାମଲା ବୃଦ୍ଧି ପାଉଛି ।ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ୫ନମ୍ବର ଓ୍ବାର୍ଡର ସରକାରୀ କର୍ମଚାରୀ ଅଶୋକ ଗିରି ପିତା ସୁଧୀର ଗିରି ଅଗଷ୍ଟ ୩୧ ତାରିଖ ଦିନ ରାଇରଙ୍ଗପୁର ଷ୍ଟେଟ ଵ୍ୟାଙ୍କକୁ ନିଜର ଦରମା ତଥ୍ୟ ସଂଗ୍ରହ ପାଇଁ ଯାଇଥିଲେ ।ପରେ ସେ କାଷ୍ଟମ କେୟାରକୁ ପଚାରିବାରୁ ସେ ଉତ୍ତର ପାଇଥିଲେ ଓଟିପି ସେୟାର କର ।ସେହି ଅନୁସାରେ ଓଟିପି ସେୟାର କରିବା ଫଳରେ ତାଙ୍କ ଆକାଉଣ୍ଟରୁ ଛପନ ହଜାର ନଅଶହଛୟାନବେ ଟଙ୍କା(୫୬,୯୯୬)କଟି ଯାଇଥିଲା ।ସେ ସଙ୍ଗେ ସଙ୍ଗେ ବ୍ୟାଙ୍କ ମେନେଜରକୁ ତାଙ୍କ ଟଙ୍କା ଫେରସ୍ତ ପାଇଁ କହିଥିଲେ ।ବ୍ୟାଙ୍କ ମେନେଜର ତାଙ୍କୁ ଥାନାରେ ଲିଖିତ ଅଭିଯୋଗ ପାଇଁ କହିଥିଲେ ।ସେ ଆସି ରାଇରଙ୍ଗପୁର ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ ଥାନାରେ ଏକ ମାମଲା ଠକେଇ କେଶ ନଂ୧୭୯/୨୧ ରୁଜୁ ହେବା ସହ ପୋଲିସ ତରଫରୁ ତଦନ୍ତ ଚାଲିଛି ।